ଉପଯୁକ୍ତ ସରକାର ହିଁ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସମର୍ଥ : ମୋଦି

0 65

୯୦୦ କୋଟି ଟଙ୍କାର ୩ଟି ପେଟ୍ରୋଲିୟମ୍ ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ବିହାରରେ ତିନୋଟି ପେଟ୍ରୋଲିୟମ୍ ପ୍ରକଳ୍ପ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସରକାରୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ବିହାର ରାଜ୍ୟ ପ୍ରଶାସନର ଭୂମିକା ପ୍ରଶଂସନୀୟ । ସେ କହିଲେ, ବିଗତ ୧୫ ବର୍ଷରେ ବିହାର ଦର୍ଶାଇଛି ପାରିଛି ଯେ, ରାଜ୍ୟରେ ଉପଯୁକ୍ତ ସରକାର ନିର୍ବାଚିତ ହେଲେ, ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସମର୍ଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ୯୦୦ କୋଟି ଟଙ୍କା ମୂଲ୍ୟର ତିନୋଟି ପେଟ୍ରୋଲିୟମ୍ ସେକ୍ଟର୍ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ସେସବୁ ହେଉଛି- ପାରାଦୀପ-ହଳଦିଆ-ଦୁର୍ଗାପୁର ପାଇପ୍ଲାଇନ୍ ଅଗ୍ମେଣ୍ଟେସନ୍ ପ୍ରୋଜେକ୍ଟ୍ର ଦୁର୍ଗାପୁର-ବାଙ୍କା ସେକ୍ସନ୍ ଏବଂ ବାଙ୍କା ଓ ଚମ୍ପାରଣ ଠାରେ ଦୁଇଟି ଲିକ୍ୱିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍ ବଟ୍ଲିଙ୍ଗ୍ ପ୍ଲାଣ୍ଟ । ଏ ଦୁଇଟି ଲିକ୍ୱିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍ ବଟ୍ଲିଙ୍ଗ୍ ପ୍ଲାଣ୍ଟ୍ କେବଳ ବିହାରର କେତୋଟି ଜିଲ୍ଲା ନୁହେଁ, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ଅଳ୍ପ କେତେକ ଜିଲ୍ଲା ଲାଗି ମଧ୍ୟ ଗ୍ୟାସ୍ ସିଲିଣ୍ଡର୍ ଭରିବାରେ ସମର୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏହି ଭର୍ଚ୍ୟୁଆଲ୍ ଉତ୍ସବରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଥିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଳ କେ. ମୋଦୀ । ପ୍ରଧାନମନ୍ତ୍ରୀ କହିଲେ, କେନ୍ଦ୍ର ସରକାର ରାଜ୍ୟରେ ସମସ୍ତ ଶକ୍ତି ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକର ବିକାଶ ଲାଗି ବ୍ୟାପକ କାର୍ଯ୍ୟ ଚଳାଇଛନ୍ତି । ଗୋଟିଏ ପିି ପ୍ରକଳ୍ପର ଉଦ୍ଘାଟନ ଦେଖିବା ଏବଂ ପର ପିି ତା’ର ଶେଷ ଦେଖିବା ଯୁଗରେ ଆଉ ଆମେ ନାହାନ୍ତି । ନୂଆ ଭାରତ ଓ ନୂଆ ବିହାର ତ୍ୱରିତ ବିକାଶରେ ବିଶ୍ୱାସ କରେ ।

Leave A Reply

Your email address will not be published.