ବଳାତ୍କାର ବୃଦ୍ଧିକୁ ନେଇ ଜରୁରୀ ପରିସ୍ଥିତି ଲାଗୁ

0 69

ମନରୋଭିଆ : ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆରେ ଏବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଜର୍ଜ ୱି ଏନେଇ ଘୋଷଣା ମଧ୍ୟ କରିଛନ୍ତି । ଲାଇବେରିଆରେ ଅହେତୁକ ଭାବେ ବଳାକ୍ରାର ମାମଲା ବୃଦ୍ଧି ପାଉଥିବାର ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ବିଶ୍ୱରେ ବଳାକ୍ରାର ମାମଲା ବୃଦ୍ଧି ପାଉଥିବାର ଦେଖି ଜରୁରୀକାଳୀନ ଦେଶ ଘୋଷଣା କରିବାରେ ବୋଧହୁଏ ଏହି ଆଫ୍ରିକୀୟ ଦେଶ ପ୍ରଥମ ବୋଲି ଅନୁମାନ କରାଯାଉଛି । ତେବେ ଦେଶରେ ବଳାକ୍ରାର ମାମଲା ଗୁଡ଼ିକ ତଦନ୍ତ ପାଇଁ ଜଣେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର (ସ୍ୱତନ୍ତ୍ର ସରକାରୀ ଓକିଲ) ନିଯୁକ୍ତ କରାଯିବ । ସେହିପରି ଏଭଳି ଅପରାଧକୁ ରୋକିବା ପାଇଁ ନ୍ୟାସନାଲ୍ ସିକ୍ୟୁରିଟି ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ଘୋଷଣା କରାଯାଇଛି ୟ ଗତକିଛି ତଳେ ଦେଶର ରାଜଧାନୀ ମନରୋଭିଆରେ ଆନ୍ଦୋଳନ ଦେଖାଦେଇଥିଲା । ଦେଶରେ ବଳାକ୍ରାର ଘଟଣାରେ ଆକସ୍ମିକ ବୃଦ୍ଧିକୁ ନେଇ ଲୋକମାନେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାପରେ ଲାଇବେରିଆର ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ଏକ ଏନ୍ଜିଓ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ, ଗତ ଜୁନ୍ରୁ ଅଗଷ୍ଟ ମାସ ଭିତରେ ୬୦୦ବଳାକ୍ରାର ମାମଲା ସାମ୍ନାକୁ ଆସିଛି । ଯାହାପରେ ସରକାର ଏପରି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.