ଭାରତ ସହ ପଙ୍ଗା ନେବା ମହଙ୍ଗା ପଡ଼ିଲା

0 76

‘ଦ ୱିକ୍’ ଦର୍ଶାଇଲା ଭାରତ ସେନା ଅଧିକ ଶକ୍ତିଶାଳୀ

ୱାଶିଂଟନ୍,୧୪ ।୯ : ଆମେରିକାର ଜଣାଶୁଣା ପତ୍ରିକା ‘ଦ ୱିକ୍’ ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନର ସେନାକୁ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନା କରି ନିଜର ଭବିଷ୍ୟତକୁ ବିପଦରେ ପକାଇଛନ୍ତି ବୋଲି ପ୍ରକାଶ କରିଛି । ଏହି ପତ୍ରିକା ଆହୁରି ବର୍ଣ୍ଣନ କରିଛି ଯେ ଭାରତରେ ଚୀନ୍ ସେନାର ଆକ୍ରମଣର ମୁଖ୍ୟ ହର୍ତ୍ତାକର୍ତ୍ତା ହେଉଛନ୍ତି ସି ଜିନ୍ପିଙ୍ଗ୍ । ଆମେରିକୀୟ ପତ୍ରିକା ଅନୁଯାୟୀ, ଚୀନ୍ ସେନାର ଏହି ଷଡଯନ୍ତ୍ର ପୂରା ପଣ୍ଡ ହୋଇଯାଇଥିଲା ଏବଂ ଭାରତ ଚୀନ୍କୁ ଉଚିତ୍ ଜବାବ ଦେଇଛି । ଭାରତ ଚୀନ୍କୁ ଏଭଳି ଜବାବ ଦେବ ତାହା କେହି କେବେ ଚିନ୍ତା କରିନଥିଲେ । ସ୍ତମ୍ଭକାର ଗର୍ଡନ ଜି ·ଙ୍ଗ କହିଛନ୍ତି ଯେ ଭାରତୀୟ ସେନା ଚୀନ୍ ସେନାକୁ ଦୃଢ଼ ଜବାବ ଦେବା ସହ ସେମାନଙ୍କୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ କରିଥିଲା । ବର୍ତ୍ତମାନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଭାରତ ନଜର ରଖିବା ଆବଶ୍ୟକ ବୋଲି ଉକ୍ତ ପତ୍ରିକା ଦର୍ଶାଇଛି । କାରଣ ଏହି ଘଟଣା ସି ଜିନପିଙ୍ଗଙ୍କ କ୍ରୋଧକୁ ବଢ଼ାଇ ଦେଇଛି । ଜି ·ଙ୍ଗ ଲେଖିଛନ୍ତି ଯେ ସି ଜିନପିଙ୍ଗ ଚୀନ୍ର କମ୍ୟୁନିଷ୍ଟ ପାର୍ଟିରେ ପରିବର୍ତ୍ତନ’ କରୁଛନ୍ତି ଏବଂ ତାଙ୍କ ବିରୋଧୀଙ୍କୁ ଏକତ୍ରିତ କରୁଛନ୍ତି । ଭାରତ-ଚୀନ୍ ଏଲ୍ଏସି ଉପରେ ଚୀନ୍ ସୈନ୍ୟବାହିନୀର ପରାଜୟ ପରେ ଜିନପିଙ୍ଗ ଆଉ କିଛି ବଡ଼ ଧରଣର ପଦକ୍ଷେପ ନେବା ଚକ୍କରରେ ରହିଛନ୍ତି । ଏହି ଆର୍ଟିକିଲରେ ଦର୍ଶାଯାଇଛି ଯେ ଦୁର୍ଭାଗ୍ୟବଶତଃ ଚୀନ୍ ସୈନ୍ୟବାହିନୀର ଭାରତ ବିରୁଦ୍ଧରେ ଆକ୍ରମଣାତ୍ମକ ଅଭିଯାନ ହେଉଛି ସି ଜିନପିଙ୍ଗଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା । ତାଙ୍କ ଅଭିଯାନ ଅପ୍ରତ୍ୟାଶିତ ଭାବରେ ଫ୍ଲପ୍ ହୋଇଛି । ବର୍ତ୍ତମାନ ସି ଜିନପିଙ୍ଗ ଏହି ଘଟଣାଗୁଡ଼ିକର ଉଦାହରଣ ଦେଇ ଚୀନ୍ ସେନାରେ ନିଜର ବିଶ୍ୱାସୀମାନଙ୍କୁ ସ୍ଥିର କରିବେ ଏବଂ ପ୍ରତିଦ୍ୱ­ୀମାନଙ୍କୁ ବାଟ ଦେଖାଇବେ । ଲେଖକ ଅନୁମାନ କରିଛନ୍ତି ଯେ ସି ଜିନପିଙ୍ଗ ବର୍ତ୍ତମାନ ଭାରତ ବିରୋଧରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଗର୍ଡନ ଜି ·ଙ୍ଗ ଲେଖିଛନ୍ତି, ଏହି ବିଫଳତା ପରେ ସି ଜିନପିଙ୍ଗ ଭାରତର ବିଭିନ୍ନ ସ୍ଥାନରେ ଅଧିକ ଆକ୍ରମଣାତ୍ମକ ଯୋଜନା ଲକ୍ଷ୍ୟରେ ରହିଛନ୍ତି । ଏହି ପତ୍ରିକା ଦାବି କରିଛି ଯେ ଗଲୱାନ୍ରେ ଅତି କମରେ ୪୩ ଜଣ ·ଇନା ସୈନିକଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଫାଉଣ୍ଡେସନ ଫର ଡିଫେନ୍ସ ଅଫ୍ ଡେମୋକ୍ରାସିସ୍ କହିଛି ଯେ ·ଇନାରେ ଏହି ବିବାଦରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଡିଫେନ୍ସ ଅଫ୍ ଡେମୋକ୍ରାସିସ୍ ସହିତ ଜଡିତ କ୍ଲିଓ ପାସ୍କାଲ୍ କହିଛନ୍ତି ଯେ ବର୍ତ୍ତମାନ ଖେଳ ବଦଳିଛି । ବର୍ତ୍ତମାନ ଭାରତୀୟ ସେନା ଅଧିକ ଆକ୍ରମଣାତ୍ମକ ହୋଇପଡିଛି । ଭାରତୀୟ ସୈନିକମାନେ ପ୍ରକୃତରେ ଅଧିକ ଶକ୍ତିଶାଳୀ ବୋଲି ଉକ୍ତ ମାଗାଜିନ୍ ଦର୍ଶାଇଛି ।

Leave A Reply

Your email address will not be published.