ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ

0 75

କଟକ : ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଉଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାରର ବଡ ଭାଇ ଭାବେ ଘରେ ଘରେ ପରିଚିତ ଥିଲେ । ୨୦୧୩ରେ ସେ କେନ୍ଦ୍ର ସାହିତ୍ୟ ଆକାଡେମୀ ପୁରସ୍କାର ପାଇଥିଲେ । ନଦିଆ ବିହାରୀଙ୍କ ଦେହାନ୍ତରେ ଅନେକ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.