କରୋନା ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା

0 70

ଦୁଇଘଣ୍ଟା ରାଜପଥ ଅବରୋଧ


ଭଦ୍ରକ: ଭଦ୍ରକରେ ପ୍ରାଣ ହରାଇଥିବା କେନ୍ଦୁଆପଦା ଅଞ୍ଚଳର ଜଣେ କରୋନା ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ଯାଇ ଭଦ୍ରକ ପ୍ରଶାସନକୁ ନାକେଦମ ହେବାକୁ ପଡିଛି । ଶବ ଦାହକୁ ବିରୋଧ କରି ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତବାସୀଙ୍କ ଆନ୍ଦୋଳନ ଯୋଗୁଁ ୧୬ ନଂ ଜାତୀୟ ରାଜପଥରେ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କେନ୍ଦୁଆପଦା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଶବକୁ ଏହି ବ୍ଲକର ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ଆଦମପୁର ଗ୍ରାମରେ ନୂତନ ଭାବେ କରାଯାଇଥିବା ଶବଦାହ କେନ୍ଦ୍ରରେ ସତ୍କାର କରିବାକୁ ଭଦ୍ରକ ପୌରକର୍ମଚାରୀଙ୍କ ସହାୟତାରେ ଭଦ୍ରକ ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଣାଯାଇଥିଲା । ଏହି ଖବରପାଇ ସ୍ଥାନୀୟ ଗ୍ରାମବାସୀ ଓ ପଞ୍ଚାୟତର ଅନ୍ୟଅଞ୍ଚଳର ଲୋକେ ବିରୋଦ କରିଥିଲେ । ଏପରିକି ଲୋକମାନେ ଉତ୍ତେଜିତ ହୋଇ ରାଜପଥରେ ହାଲ୍ଲାଗୁଲ୍ଲା କରିବା ସହ ଯାନବାହନ ଚଳାଚଳ ବନ୍ଦ କରିଦେଇଥିଲେ । ଫଳରେ ଯାବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ପରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ସ୍ଥାନାନ୍ତର କରିବା ପରେ ଅବସ୍ଥା ଶାନ୍ତ ପଡିବା ସହ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.