ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0 72

ଭୁବନେଶ୍ୱର : ୩୦ ଜିଲାରୁ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୧୫୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୧,୫୮,୬୫୦ରେ ପହଞ୍ଚିଛି। ୧,୨୨,୦୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫,୯୨୮ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୭ । ଅନୁଗୁଳରୁ ୩୯, ବାଲେଶ୍ୱର ୧୫୬, ବରଗଡ଼ ୧୫୭, ଭଦ୍ରକ ୧୪୩, ବଲାଙ୍ଗୀର ୩୯, ବୌଦ୍ଧ ୩୦, କଟକ ୩୫୭, ଦେଓଗଡ଼ ୧୫, ଢେଙ୍କାନାଳ ୬୮, ଗଜପତି ୯, ଗଞ୍ଜାମ ୪୬, ଜଗତସିଂହପୁର ୯୫, ଯାଜପୁର ୧୧୬, ଝାରସୁଗୁଡ଼ା ୯୧, କଳାହାଣ୍ଡି ୭୯, କନ୍ଧମାଳ ୯୫, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୬, କୋରାପୁଟ ୯୫, ମାଲକାନଗିରି ୩୩, ମୟୁରଭଞ୍ଜ ୧୩୭, ନବରଙ୍ଗପୁର ୯୦, ନୟାଗଡ଼ ୩୮, ନୂଆପଡ଼ା ୯୦, ପୁରୀ ୨୪୬, ରାୟଗଡ଼ା ୭୯, ସମ୍ବଲପୁର ୧୨୭, ସୋନପୁର ୯୯, ସୁନ୍ଦରଗଡ଼ ୮୪ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.