ଯେଉଁ ଥାଳିରେ ଖାଉଛ, ସେହି ଥାଳିରେ ଛେଦ କରୁଛ : ଜୟା

0 74

ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ବଲିଉଡକୁ ଡ୍ରଗ୍ସ କନେକ୍ସନକୁ ନେଇ ଷଡଯନ୍ତ୍ର କରାଯାଉଛି । ମଙ୍ଗଳବାର ରାଜ୍ୟସଭାରେ ଏସ୍ପି ସାଂସଦ ଏହି ବିବତ୍ତି ଦେଇଛନ୍ତି । ଏଥିସହ ସେ ନିର୍ଦ୍ଦିଷ୍ଟ କାହାରି ନାମ ନନେଇଥିଲେ ବି ବିଜେପି ସାଂସଦ ରବି କିଶନଙ୍କୁ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି । ଜୟା ବଚ୍ଚନ କହିଛନ୍ତି ଯେ ଗତକାଲି ଲୋକସଭାରେ ଜଣେ ସାଂସଦ ବଲିଉଡ ବିଷୟରେ ଏକ ବିବୃତ୍ତି ଦେଇଥିଲେ । ଉକ୍ତ ସାଂସଦ ଜଣକ ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରି ସହ ଓତଃପ୍ରୋତଃ ଭାବେ ଜଡ଼ିତ ଥିଳେ । ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ ଯେଉଁ ଥାଳିରେ ଖାଉଛ ସେହି ଥାଳିରେ କଣା କରୁଛ । ମନୋରଞ୍ଜନ ଶିଳ୍ପ ପ୍ରତିଦିନ ୫ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଯୋଗାଇଥାଏ । ଦେଶର ଆର୍ଥିକ ଅବସ୍ଥା ଏବେ ଭଲ ନାହିଁ ଏବଂଏସବକୁ ଧ୍ୟାନରୁ ହଟାଇବା ପାଇଁ ବଲିଉଡ୍କୁ ଏବେ ଟାର୍ଗେଟ୍ କରାଯାଉଛି ବୋଲି ଜୟା କହିଛନ୍ତି । ସୂଚନାଯୋଗ୍ୟ ଭୋଜପୁରୀ ସୁପରଷ୍ଟାର ତଥା ଭାରତୀୟ ଜନତା ପାର୍ଟି ସାଂସଦ ରବି କିଷାନ ସୋମବାର ଲୋକସଭାରେ ଡ୍ରଗ୍ କାରବାର ପ୍ରସଙ୍ଗ ଉଠାଇଥିଲେ । ଏହାକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ବ୍ୟବହାର କରାଯାଉଛି ବୋଲି ବିଜେପି ସାଂସଦ ଜଣକ କହିଥିଲେ । ଏହି ମାମଲରେ ଏନସିବି ଅନେକ ଲୋକଙ୍କୁ ଧରିଛି । ବ୍ୟାପକ ତଦନ୍ତ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଜୟା ବଚ୍ଚନ କହିଛନ୍ତି ଯେ ଏହି ଶିଳ୍ପରେ କିଛି ଲୋକ ଅଛନ୍ତି ଯେଉଁମାନେ ସର୍ବାଧିକ ଟିକସ ଦିଅନ୍ତି, କିନ୍ତୁ ସେମାନଙ୍କୁ ମଧ୍ୟ ହଇରାଣ କରାଯାଉଛି । ଚଳଚ୍ଚିତ୍ର ଶିଳ୍ପ ବିଷୟରେ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ସେଗୁଡ଼ିକ କେବେ ପୂରଣ ହୋଇନଥିଲା । ସରକାର ମନୋରଞ୍ଜନ ଶିଳ୍ପକୁ ସମର୍ଥନ କରିବା ଉଚିତ୍ ।

Leave A Reply

Your email address will not be published.