ଟେକ୍ନୋ ପକ୍ଷରୁ ସ୍ପାର୍କର୍ ପାୱାର-୨ ଏୟାର ସ୍ମାର୍ଟଫୋନ୍ ର ବଜାର ପ୍ରବେଶ

0 71

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର ସ୍ପାର୍କ ସିରିଜ୍ର ନୂଆ ସ୍ମାର୍ଟଫୋନ୍ ସ୍ପାର୍କର୍ ପାୱାର-୨ ଏୟାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ସ୍ପାର୍କ ଗୋ-୨୦୨୦ର ସଫଳତା ପରେ କମ୍ପାନୀ ଏହି ନୂତନ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଇଛି । ସ୍ପାର୍କର୍ ପାୱାର-୨ଏୟାରର ମୂଲ୍ୟ ୮,୪୯୯ ଟଙ୍କା ରହିଛି । ଏଥିରେ ୭ ଇଂଚଞ୍ଚ ଡଟ୍ ନଚ୍୍ ଏଚଡି ଡିସ୍ ପ୍ଲେ , ୬୦୦୦ ଏମ୍ଏଏଚ୍ ବ୍ୟାଟେରୀ, ୧୩ ଏମ୍ପି କ୍ୱାଡ କ୍ୟାମେରା ଆଦି ବୈଶିଷ୍ଟ୍ୟ ରହିଛି । ଏହି ନୂଆ ସ୍ମାର୍ଟଫୋନ୍ର ବିକ୍ରି ସେପ୍ଟେମ୍ବର ୨୦ ତାରିଖ ମଧ୍ୟାହ୍ନ ୧୨ଠାରୁ ଫ୍ଲିପ୍କାର୍ଟରେ ଆରମ୍ଭ ହେବ । ସ୍ପାର୍କର୍ ପାୱାର-୨ ଆଇସ୍ ଜେଡାଇଟ୍ ଏବଂ କସମିକ୍ ଶାଇନ୍ ଆଦି ୨ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ । ସ୍ପାର୍କର୍ ପାୱାର-୨ ଏୟାରରେ ଏଆଇ ପାୱାର ଚାର୍ଜିଂ ଏବଂ ସୁରକ୍ଷିତ ଚାର୍ଜିଂ ବୈଶିଷ୍ଟ୍ୟ ରହିଛି । ଏହା ସହିତ ମନୋରନ ପାଇଁ ଏଥିରେ ଡୁଆଲ୍ ସ୍ପିକର ଷ୍ଟେରିଓ ସାଉଣ୍ଡ୍ ସୁବିଧା ରହିଛି । ଏହା ଯୁବବର୍ଗଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ, ଲକ୍ ଡାଉନ୍ ପରେ ସ୍ମାର୍ଟଫୋନ୍ ଏବେ ଲୋକଙ୍କ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି । ଏହା ବହୁବିଧ ସୂଚନା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି । ମନୋରନଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପାଇଁ ସ୍ମାର୍ଟଫୋନ୍ର ବ୍ୟବହାର କରାଯାଉଛି । ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଭଲ ସ୍ମାର୍ଟଫୋନ୍କୁ ଗ୍ରାହକ ବିଶେଷ ଭାବେ ପସନ୍ଦ କରିଥା”ି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟେକ୍ନୋ ପକ୍ଷରୁ ସ୍ପାର୍କ ପାୱାର-୨ ଏୟାରର ବଜାର ପ୍ରବେଶ କରାଯାଇଛି । ଏକ ଗ୍ରାହକ ବିଶ୍ୱାସନୀୟ ବ୍ରାଣ୍ଡ୍ ଭାବେ ବେଶ୍ ଖ୍ୟାତି ହାସଲ କରିଥିବା ଟୋକ୍ନୋର ନୂତନ ସ୍ପାର୍କର୍ ପାୱାର-୨ ଏୟାର ସ୍ମାର୍ଟଫୋନ୍ ଆମର ପୋର୍ଟୟେଫାଲିଓକୁ ଅଧିକ ସୁଦୃଢ଼ କରିବା ସହିତ ଗ୍ରାହକଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବାର ଆଶା ରହିଛି । ଏହା ଆସ୍ପିରେଶନାଲ ଭାରତର ଯୁବ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିବାକୁ ସକ୍ଷମ ହେବ । ସ୍ପାର୍କର୍ ପାୱାର-୨ ଏୟାର ସ୍ମାର୍ଟଫୋନ୍ରେ ଜୁମ୍ବୋ ୬୦୦୦ଏମ୍ଏଏଚ୍ ବ୍ୟାଟେରୀ ରହିଛି । ଏହା ୪ ଦିନ କାର୍ଯ୍ୟ କରିବାକୁ ସକ୍ଷମ । ଏହା ୫୬୦ ଘଂଟାର ଷ୍ଟାଣ୍ଡ୍ ବାଏ ସୁବିଧା, ୩୮ଘଂଟାର କଲିଂ, ୨୦ ଘଂଟାର ଇଂଟରନେଟ୍ ଏବଂ ୱାଇଫାଇ, ୧୫୧ ଘଂଟାର ମ୍ୟୁଜିକ୍, ୧୩ ଘଂଟାର ଗେମିଂ ଏବଂ ୧୫ ଘଂଟାର ଭିଡ଼ିଓ ପ୍ଲେ ବ୍ୟାକ୍ ଆଦି ସୁବିଧା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଏହି ନୂଆ ସ୍ମାର୍ଟଫୋନ୍ରେ ୭ ଇଂଚ ଏଚ୍ଡି ଡିସ୍ପ୍ଲେ, ୭୨୦୍‍ ୧୬୪୦ ରିଜୋଲ୍ୟୁଶନ, ଆଇପିଏସ୍ ଏଲସିଡି ଡିସପ୍ଲେ,୨୦.୫:୯ ଆସପେକ୍ଟ୍ ରେସିଓ ଏବଂ ୯୦.୬ ପ୍ରତିଶତ ସ୍କିନ୍ ବଡି ରେସିଓ, ୪୮୦ ନିଟ୍ସ୍ ବ୍ରାଇଟ୍ନେସ୍ ଆଦି ସୁବିଧା ରହିଛି । ୧୩ଏମ୍ପି ପ୍ରାଇମେରୀ କ୍ୟାମେରା,ଏଫ୍-୧.୮ ଆପରେଚର,୮ଏକ୍ସ୍ ଡିଜିଟାଲ ଜୁମ୍, ୨ଏମ୍ପି ବୋଖେ ଏବଂ ମାକ୍ରୋ ଲେନ୍ସ୍, ଏଆଇ ଲେନ୍ସ୍, କ୍ୱାଡ୍ ଫ୍ଲାଶ୍,୮ଏମ୍ପି ସେଲଫି କ୍ୟାମେରା, ଡୁଆଲ୍ ଫ୍ଲାଶ୍ । ଅଟୋ-ସିନ୍ ଡିଟେକଶନ୍ ମୋଡ୍, ବୋଖେ ମୋଡ୍, ଏଆଇ ଏଚ୍ଡିଆର୍ ମୋଡ୍, ଏଆଇ ଷ୍ଟିକର ଏବଂ ମାକ୍ରୋ ଫଟୋଗ୍ରାଫି ଆଦି ବୈଶିଷ୍ଟ୍ୟ ରହିଛି । ସୁରକ୍ଷା ପାଇଁ ଏଥିରେ ପେସ୍ ଅନ୍ ଲକ୍-୨.୦, ସ୍ମାର୍ଟ ଫିଙ୍ଗର ପ୍ରିଂଟ୍ ସେନସର ସୁବିଧା ରହିଛି । ଟେକ୍ନୋ ସ୍ପାର୍କ ପାୱାର-୨ଏୟାର ସ୍ମାର୍ଟଫୋନ୍ରେ ହିଓସ୍ ୬.୧ ଆଣ୍ଡ୍ରଏଡ୍ ୧୦, କ୍ୱାଡ୍ କୋର୍ ଏ-୨୨ ପ୍ରୋସେସର ୨.୦ଜିଏଚ୍ଜେଡ୍, ୩ଜିବି ରାମ୍, ୩୨ ଜିବି ଆଭ୍ୟ”ରୀଣ ମେମୋରୀ ଏବଂ ୨୫୬ ବର୍ଦ୍ଧିତ ମେମୋରୀ ସୁବିଧା ରହିଛି । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ଘରୋଇ ତଥା ଅ”ର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ମାଂଚେଷ୍ଟର ସିଟି ଫୁଟବଲ୍ କ୍ଲବ୍ର ଅଫିସିଆଲ ଟ୍ୟାବଲେଟ୍ ଏବଂ ହ୍ୟାଣ୍ଡ୍ସେଟ୍ ପାର୍ଟନର ଭାବେ କାର୍ଯ୍ୟ କରୁଛି ।

Leave A Reply

Your email address will not be published.