ଅପରେସନ୍ ‘ସ୍ନୋ ଲିଓପାର୍ଡ’

0 71

ଚୀନର ପ୍ରତିଟି ଚାଲକୁ ମାତ୍ ଦେଇଛି

ଲଦାଖ ସୀମାରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ପରିସ୍ଥିତିରେ । ଗତ ୫ ମାସ ଧରି ସୀମାରେ ଉତ୍ତେଜନା ଲାଗିରହିଛି । ପ୍ରାରମ୍ଭରେ ଚୀନ୍ ଅନେକ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ବର୍ତ୍ତମାନ ସୀମାରେ ଥିବା ଡାଏସ୍ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି । ଏହାଦ୍ୱାରା ଭାରତୀୟ ସେନାର ଅପରେସନ୍ ‘ସ୍ନୋ ଲିଓପାର୍ଡ’ ଚୀନ୍ର ପ୍ରତ୍ୟେକ ଚାଲ୍କୁ ପଣ୍ଡ କରିଦେଇଛି । ଯେବେଠାରୁ ଚୀନ୍ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି ସେବେଠୁ ଚୀନ୍ ସେନାକୁ ଫେରାଇବା ପାଇଁ ଭାରତୀୟ ସେନାକୁ ତିନିମାସ ଅପେକ୍ଷା କରିବାକୁ ପଡ଼ିଥିଲା । କିନ୍ତୁ ପରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ଏମ୍ ନରୱନେ ଏବଂ ଲେଫ୍ଟନାଣ୍ଟ ଜେନେରାଲ ୱାଇକେ ଯୋଶୀ ଏହି ଅପରେସନ୍ ‘ସ୍ନୋ ଲିଓପାର୍ଡ’କୁ ଅନୁମୋଦନ କରିଛନ୍ତି । ଏହି ଅପରେସନ୍ ଅନ୍ତର୍ଗତ ଏଲ୍ଏସି ନିକଟରେ ରଣନୈତିକ ଆଧାରରେ ମଜବୁତ୍ ପାହାଡଗୁଡିକ ଚିହ୍ନଟ କରାଯାଇଛି । ଏହି ପାହାଡଗୁଡିକ ସହାୟତାରେ ଭାରତ କେବଳ ଯେ ସୀମାରେ ଯୁଦ୍ଧ ଭଳି ପରିସ୍ଥିତିର ମୁକବାଲା କରିବାକୁ ସାହାଯ୍ୟ ପାଇଛି ତା’ନୁହେଁ ବରଂ ରଣନୀତି ଅନୁଯାୟୀ ଚୀନ୍ ଠାରୁ କିଛି ପାଦ ଆଗକୁ ବଢ଼ିଛି । ଏବେ ଅପରେସନ୍ କରିବାକୁ ସମୟ ଆସିଥିବାରୁ ଏପରି ଏକ ଦଳ ଗଠନ କରାଯାଇଛି ଯାହାକି ଉଚ୍ଚ ପାହାଡ଼ରେ ଯୁଦ୍ଧ କରିବାକୁ ସକ୍ଷମ ହେବ । ପାହାଡକୁ କାବୁ କରିବା ଏବଂ ଯୋଗାଣ ଶୃଙ୍ଖଳାକୁ ସୁରୁଖୁରୁରେ ଚଳାଇବା ପାଇଁ ପ୍ରତ୍ୟେକ ଦଳକୁ ଟାସ୍କ ଦିଆଯାଇଛି । ଏହି ଅପରେସନ୍ ସମୟରେ ସେନା ଦକ୍ଷିଣ, ଉତ୍ତର ଅଞ୍ଚଳର ପାଙ୍ଗେଙ୍ଗ ହ୍ରଦକୁ କାବୁ କରିବା ସହିତ ସୀମାରେ ଥିବା ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ପ୍ରବେଶ କରିବାକୁ ସକ୍ଷମ ହୋଇଛି । ଏହି ମିଶନ ପରେ ସେନାର ସ୍ପେଶାଲ ଫୋର୍ସ ବର୍ତ୍ତମାନ ସୀମାରେ କମାଣ୍ଡିଂ ସ୍ଥିତିରେ ଅଛି, ଯେଉଁଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ସେନାର ସ୍ଥିତି ଏବଂ ପାଟ୍ରୋଲିଂ ସ୍ଥାନକୁ ପ୍ରାଧାନ୍ୟ ଦେବା ପାଇଁ ସେନା ଦ୍ୱାରା ଏକ ପ୍ରୟାସ ଆରମ୍ଭ କରାଯାଇଛି । ବର୍ତ୍ତମାନ ଯଦି ଏଲ୍ଏସି ଉପରେ ଆଲୋଚନା ସଫଳ ହୁଏ ନାହିଁ, ତେବେ ସେନା ଏଥିପାଇଁ ପ୍ରସ୍ତୁତ ହୋଇସାରିଛି । ସେନା ବହୁ ସଂଖ୍ୟକ ସେନାକୁ ନିୟୋଜିତ ହୋଇଛନ୍ତି । କେବଳ ପାଙ୍ଗୋଙ୍ଗ କିମ୍ବା ଡେମୋଚୋକ ଅଞ୍ଚଳରେ ନୁହେଁ, ଦୌଲତ ବେଗ ଓଲ୍ଡି, ଡେପସାଙ୍ଗ ପରି ଅଞ୍ଚଳରେ ବିପୁଳ ପରିମାଣରେ ସୈନ୍ୟ ଠୁଳ କରାଯାଇଛି । ଖାଲି ଏତିକି ନୁହେଁ ବାୟୁସେନା ମଧ୍ୟ ଇତିମଧ୍ୟରେ ଫୁଲ୍ଦମ୍ରେ ନିଜକୁ ପ୍ରସ୍ତୁତ କରିସାରିଛି । ସର୍ବୋପରି କହିବାକୁ ଗଲେ ଅପରେସନ୍ ‘ସ୍ନୋ ଲିଓପାର୍ଡ’ ଚୀନ୍ର ସବୁ ଚାଲ୍କୁ ପଣ୍ଡ କରିଦେଇଛି ।

Leave A Reply

Your email address will not be published.