୫୦ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୯୦,୧୨୩ କରୋନା ଆକ୍ରାନ୍ତ ଚିହ୍ନଟ

0 62

ନୂଆଦିଲ୍ଲୀ: ଦେଶରେ ଆଜି ୫୦ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟାୟ ଲଗାତାର ବୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଆକ୍ରାନ୍ତ ସହ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି । ୨୪ଘଣ୍ଟାରେ ୯୦,୧୨୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୨୯୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ୧୨୯୦ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୦,୨୦,୩୫୯ ରେ ପହଞ୍ଚିଛି । ଏହା ମଧ୍ୟରୁ ୯୯୫୯୩୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୨,୦୬୬ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୯,୪୨,୩୬୦ ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୩% ରହିଥିବା ବେଳେ ଆରୋଗ୍ୟ ହାର ୭୮.୫୩% ରହିଛି । ସୂଚନା ମୁତାବକ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୯,୩୦,୨୩୭ ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୯,୯୦,୦୬୧ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୦,୭୭୬ ରହିଥିଲାୟ ଏହା ସହ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୮,୫୯,୪୦୦ ରେ ପହଞ୍ଚିଥିଲା ।

Leave A Reply

Your email address will not be published.