ମାଲବାହୀ ଟ୍ରେନ୍ ଶିଖରପୁରରେ ଲାଇନ୍‌ଚ୍ୟୁତ

0 80

କଟକ ୧୬।୦୯: ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ । ଶିଖରପୁର ଲେବଲ୍‌ କ୍ରସିଂ ନିକଟରେ ମାଲବାହୀନ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା  ସୂଚନା ମିଳିଛି । ତେବେ ବଡ଼ଧରଣର କୌଣସି କ୍ଷୟକ୍ଷତି ହୋଇନଥିବା ମଧ୍ୟ ସୂଚନା ହସ୍ତଗତ ହୋଇଛି । ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ରୋଡ଼୍‌ ଅଭିମୁଖେ ଯାଉଥିବା ଟ୍ରେନ୍‌ ହଠାତ୍‌ ଶିଖରପୁର ଲେବଲ୍‌ କ୍ରସିଂ ନିକଟରେ ଲାଇଚ୍ୟୁତ ହୋଇଯାଇଛି । ଯାହାଫଳରେ କି ଟ୍ରେନ୍‌ର ଗୋଟିଏ ବଗି ମଧ୍ୟ ଖସିଯାଇଛି । ତେବେ ଦୁର୍ଘଟଣାରେ ଖବର ପାଇ  ଆରପିଏଫ୍‌  ଓ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଏହି ରୁଟ୍‌ରେ ଅନ୍ୟ ଯାତ୍ରୀବାଗୀ ଟ୍ରେନ୍‌ ଯିବା ଆସିବାରେ କୌଣସି ଅସୁବିଧା ନଥିବା ସୂଚନା ରହିଛି ।  

Leave A Reply

Your email address will not be published.