ଜୟା ବଚ୍ଚନଙ୍କୁ କଙ୍ଗନାଙ୍କ ପ୍ରଶ୍ନ,କେଉଁ ଥାଳି ଦେଇଛି ବଲିଉଡ୍

0 83

ନୂଆଦିଲ୍ଲୀ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ସାଂସଦ ଜୟା ବଚ୍ଚନ ଦେଇଥିବା ବୟାନ ଚର୍ଚ୍ଚା ତଥା ବିବାଦୀୟ ପ୍ରସଙ୍ଗ ହୋଇଛି । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରିଥିବା ବେଳେ ଅନ୍ୟପକ୍ଷେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବାକଯୁଦ୍ଧ ଏବେ ବି ଜାରି ରହିଛି । ଗତକାଲି ସେ ଜୟାଙ୍କ ବୟାନରେ କଟୁ ମନ୍ତବ୍ୟ ଦେଇଥିଲେ । ଆଜି ପୁଣି ଥରେ ଟ୍ୱିଟ୍ କରି ସେ ଜୟାଙ୍କୁ ପ୍ରଶ୍ନ କରିଛନ୍ତି । କଙ୍ଗନା ଟ୍ୱିଟ୍ କରିଛନ୍ତି ଯେ “”କେଉଁ ଥାଳି ଦେଇଛନ୍ତି ଜୟା ଜୀ ଓ ତାଙ୍କ ଇଣ୍ଡଷ୍ଟ୍ରି । ଗୋଟିଏ ଥାଳି ମିଳିଥିଲା, ଯେଉଁଥିରେ ଦୁଇ ମିନିଟ୍ ଅଭିନୟରେ ଆଇଟମ୍ ନମ୍ବର ଓ ଗୋଟିଏ ରୋମାଣ୍ଟିକ୍ ଦୃଶ୍ୟ ମିଳୁଥିଲା । ସେ ପୁଣି ହିରୋଙ୍କ ସହ ଶୋଇବା ପରେ । ମୁଁ ଏ ଇଣ୍ଡଷ୍ଟ୍ରିକୁ ଫେମିନିଜମ ଶିଖାଇଛି, ଥାଳିକୁ ଦେଶ ଭକ୍ତି ନାରୀପ୍ରଧାନ ଫିଲ୍ମରେ ସଜେଇଛି । ଏହା ମୋର ନିଜସ୍ୱ ଥାଳି । ଜୟା ଜୀ ଆପଣଙ୍କର ନୁହେଁ । ଉଳ୍ଲେଖନୀୟ ଯେ, ଗତକାଲି ସଂସଦରେ ଜୟା ରବି କିଶାନ ଓ କଙ୍ଗନାଙ୍କ ନାଁ ନ ନେଇ କହିଥିଲେ, କିଛି ଲୋକ ବଲିଉଡକୁ ବଦନାମ କରିବାରେ ଲାଗିଛନ୍ତି, ଯେଉଁମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମାଇଲେ ସେମାନେ ଏହାକୁ ଗଟର କହୁଛନ୍ତି । ଏଥିରେ ସେ ଆଦୌ ସହମତ ନାହାନ୍ତି । ଏମାନେ ସେହି ଲୋକ ଯେଉଁମାନେ ଏଇ ଥାଳିରେ ଖାଇ ସେଥିରେ ଛେଦ କରୁଛନ୍ତି ।

Leave A Reply

Your email address will not be published.