୩୦ରେ ବାବ୍ରି ମସଜିଦ୍ ଭଙ୍ଗା କେସର ଶୁଣାଣି

0 69

କୋର୍ଟରେ ହାଜର ହେବାକୁ ଆଡଭାନୀ ଯୋଶୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନୋଟିସ୍

ଲକ୍ଷେ୍ନø : ଅଯୋଧ୍ୟାରେ ୧୯୯୨ରେ ବିବାଦୀୟ ବାବ୍ରି ମସଜିଦ ଭଙ୍ଗା କେସରେ ୨୭ ବର୍ଷ ପରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ସେପ୍ଟେମ୍ବର ୩୦ରେ ରାୟ ଶୁଣାଇବେ । ସିବିଆଇର ଅଦାଲତ ଆଦେଶ ଜାରି କରି ନିଷ୍ପତ୍ତି ଦିନ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ କହିଛନ୍ତି । କୋର୍ଟଙ୍କ ତରଫରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦ ବିଧ୍ୱଂସ ମାମଲାରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ସମସ୍ତ ପକ୍ଷଙ୍କ ଦଲିଲ, ସାକ୍ଷୀଙ୍କ ରାୟ ଶୁଣିବା ପରେ ସେପ୍ଟେମ୍ବର ୧ରେ ଶୁଣାଣି ପୂରା କରିଥିଲେ । ସେପ୍ଟେମ୍ବର ୨ରୁ ନିଷ୍ପତ୍ତି ଲେଖିବା ଆରମ୍ଭ ହୋଇ ଯାଇଥିଲା । ଏହା ପୂର୍ବରୁ ବରିଷ୍ଠ ଓକିଲ ମୃଦଲ ରାକେଶ, ଆଇବି ସିଂହ ଓ ମହିପାଲ ଅହଲୁୱାଲିଆ ଅଭିଯୁକ୍ତଙ୍କ ପକ୍ଷରୁ ଦଲିଲ ଉପସ୍ଥାପନ କରିଥିଲେ । ଏହା ପରେ ସିବିଆଇ ଓକିଲ ଲଳିତ ସିଂହ, ଆରକେ ଯାଦବ ଓ ପି ଚକ୍ରବର୍ତ୍ତୀ ମଧ୍ୟ ନିଜର ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ । ଦୁଇ ପକ୍ଷଙ୍କ ଦଲିଲ ଉପସ୍ଥାପନ ପରେ ସ୍ୱତନ୍ତ୍ର ବି·ରପତି ଏସ.କେ. ଯାଦବ ସେପ୍ଟେମ୍ବର ୨ରୁ ନିଷ୍ପତ୍ତି ଲେଖିବା ଆରମ୍ଭ କରିବେ ବୋଲି କହିଥିଲେ । ଦଶନ୍ଧି ଧରି ଏହି ମାମଲାରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସାକ୍ଷୀ ମହାରାଜ, ସାଧ୍ୱୀ ରିତମ୍ଭରା, ବିଶ୍ୱପରିଷଦ ନେତା ଚମ୍ପତ ରାୟ ସହିତ ୩୨ ଅଭିଯୁକ୍ତଙ୍କ ଅଛନ୍ତି । ସିବିଆଇ ଏହି ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ·ର୍ଜସିଟ୍ ଦାଖଲ କରିଥିଲା । ହେଲେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଛି । ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ୩୫୧ ସାକ୍ଷ୍ୟ ଓ ପ୍ରାୟ ୬୦୦ ଦସ୍ତାବିଜ ପ୍ରସ୍ତୁତ କରି ସାରିଛି । ବି·ରପତିଙ୍କୁ ଏହି ମାମଲାରେ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ନିଷ୍ପତ୍ତି ଶୁଣାଇବାର ଅଛି । ଉଲ୍ଲେଖନୀୟ ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦକୁ କାର ସେବକ ୧୯୯୨ ଡିସେମ୍ବର ୬ରେ ଭାଙ୍ଗି ଦେଇଥିଲେ ।

Leave A Reply

Your email address will not be published.