ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

0 72

ସ୍ୱାସ୍ଥ୍ୟ ବିଭାଗରେ ୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀ ହେବେ ଛଟେଇ

ଲକ୍ଷେ୍ମø: ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ୫୦ ବର୍ଷରୁ ଅଧିକ ବୟସ୍କ କର୍ମ·ରୀଙ୍କୁ ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ ଶୀଘ୍ର ଛଟେଇ କରିବେ । ଏ ପାଇଁ ଯୋଗୀ ସରକାର ·ରିଜଣ ସଦସ୍ୟ ବିଶିଷ୍ଟ ସ୍କ୍ରିନିଂ କମିଟି ଗଠନ କରିଛନ୍ତି । ଏ କମିଟି ୫୦ ବର୍ଷରୁ ଅଧିକ ବୟସ୍କ କର୍ମ·ରୀଙ୍କ କାର୍ଯ୍ୟ ଦକ୍ଷତା, ସଚ୍ଚୋଟତା ଓ ଶାରିରୀକ ଦକ୍ଷତା ଆଧାରରେ ସ୍କ୍ରିନିଂ କରିବ । ସେପ୍ଟେମ୍ବର ୧୫ରେ ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସ୍ୱାସ୍ଥ୍ୟ ବିଭାଗରେ କାମ ପ୍ରତି ବେପରୁଆ ମନୋଭାବ ଓ କାମରେ ଅବହେଳା କରୁଥିବା କର୍ମ·ରୀଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କୁ ବାହାର କରି ଦିଆଯିବ । କମିଟି ଏଭଳି କର୍ମ·ରୀଙ୍କ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ପଠାଇବେ ଓ ସେହି ଆଧାରରେ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନଚେତ ସେମାନଙ୍କୁ ·କିରିରୁ ବାହାର କରିବେ । ଗତକାଲି ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ଡାକ୍ତର ପୂଜା ପାଣ୍ଡେ ·ରି ଜଣିଆ କମିଟି ଗଠନ କରିବାର ଆଦେଶ ଜାରି କରିଥିଲେ ।ସରକାରଙ୍କ ଏଭଳି ନିଷ୍ପତିରେ କର୍ମ·ରୀ ସଂଗଠନ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ଚେତାବନୀ ଦେଇଛନ୍ତିୟ ରାଜ୍ୟ କର୍ମ·ରୀ ସଂଯୁକ୍ତ ପରିଷଦର ମହାମନ୍ତ୍ରୀ ଆରକେ ନିଗମ ଏହାକୁ ଅମାନବୀୟ କହିଛନ୍ତି । ସେ କହିଛନ୍ତି କୋଭିଡ୍ ସମୟରେ କର୍ମ·ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପରିବର୍ତ୍ତେ ସରକାର ସେମାନଙ୍କୁ ହତୋତ୍ସାହିତ କରିବା କାମ କରୁଛନ୍ତି । ଏହା ଜରିଆରେ ଲୋକଙ୍କୁ ·କିରି ଦେବା ବଦଳରେ ଛଟେଇ କରିବାର ସରକାରୀ ଯୋଜନା କରୁଛନ୍ତି ଯାହା ଦୁଭାର୍ଗ୍ୟପୂଣ୍ର୍ଣ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.