ଋଷିଆଠୁ ସ୍ପୁଟନିକ୍-ଭି ଭାକସିନର ୧୦୦ ମିଲିୟନ ଡୋଜ୍ ଆଣିବ ଭାରତ

0 60

ନୂଆଦିଲ୍ଲୀ : ଋଷିଆଠୁ ଭାରତ ଆଣିବ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍ର ୧୦୦ ମିଲିୟନ ଡୋଜ୍ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେ‡ି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି । ଏହି ଭାକସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ । ଏପରିକି ଡାକ୍ତର ରେ‡ି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର ପରୀକ୍ଷଣ କରିବେ । ତେବେ ଡିଜିସିଆଇର ଅନୁମୋଦନ ପରେ ହିଁ ପରୀକ୍ଷଣ ଓ ଭାକସିନ୍ ଯୋଗାଣରୁ ମଞ୍ଜୁରୀ ମିଳିବ । ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭ୍ୟାକସିନ୍ ଯୋଗାଣ ନେଇ କାଜାକିସ୍ତାନ, ବ୍ରାଜିଲ୍ ଓ ମେକ୍ସିକୋ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଛି । ଏବେ ଭାରତ ସହ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କରୋନା ଭ୍ୟାକସିନ୍ ଋଷିଆ ସର୍ବପ୍ରଥମେ ବାହାର କରିଥିବା ଦାବି କରୁଛି । ଏହି ଭାକସିନକୁ ୪୦ ହଜାର ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି

Leave A Reply

Your email address will not be published.