ଭୋଟ୍ ମାଗିବାକୁ ଯାଇଥିଲେ

0 66

୫ ବର୍ଷରେ କ’ଣ କରିଛ କହି ଲୋକେ ବାଡ଼େଇଲେ

ପାଟନା : ବିହାରରେ ବିଧାନସଭା ନିର୍ବାଚନ ବିଗୁଲ୍ ବାଜିବା ପରେ ସବୁ ଦଳର ନେତାମାନେ ଏବେ ସକ୍ରିୟ ହୋଇଯାଇଛି । ଏଭଳି ପରିସ୍ଥିତିରେ ସବୁ ଦଳର ନେତା, ବିଧାୟକମାନେ ନିଜ ଅଞ୍ଚଳ ବୁଲି ସଭାସମିତିମାନ ଆୟୋଜନ କରିବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବୁଧବାର ଜେଡିୟୁ ବିଧାୟକ ଉମେଶ କୁଶୱାହା ତାଙ୍କ ସମର୍ଥକଙ୍କ ସହ ଭୈଶ।।ଳୀ ଜିଲ୍ଲାର ଚକେଶାଁ ଗ୍ରାମରେ ପହଞ୍ଚିଥିଲେ । ବିଧାୟକ ଉମେଶ ଆସନ୍ତା ପାଞ୍ଚ ବର୍ଷ ପାଇଁ କଥା ହେବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀମାନେ ତାଙ୍କୁ ଗତ ୫ ବର୍ଷର ହିସାବ ଦେବାକୁ କହିଥିଲେ । ବିଧାୟକ ଉମେଶ କୁଶୱାହାଙ୍କ ସମର୍ଥକମାନେ ସେଠାରେ ଏକତ୍ରିତ ହୋଇଥିବା ଜନତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ପରିସ୍ଥିତି ଏପରି ହେଲା କି ନିର୍ବାଚନୀ ସଭାରେ ଲୋକମାନେ ବିଧାୟକଙ୍କ ସମର୍ଥକଙ୍କୁ ମାଡ଼ ମାରିଥିଲେ । ମାମଲା ଆଗକୁ ବଢ଼ିବା ଲକ୍ଷ୍ୟ ରଖି ବିଧାୟକଙ୍କ ଅଙ୍ଗରକ୍ଷୀ ଏଥିରେ ହସ୍ତକ୍ଷେପ କରିଥିଲେ । ଏପରି ଏକ ଘଟଣା ହାଜିପୁରରେ ମଧ୍ୟ ଘଟିଥିଲା । ଭାରତୀୟ ଜନତା ପାର୍ଟି ବିଧାୟକଙ୍କୁ ସେଠାରେ ଥିବା ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା । ହାଜିପୁରରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଅବଦେଶ ସିଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ ପାଇଁ ଦିନଲପୁରରେ ପହଞ୍ଚିଥିଲେ । କିନ୍ତୁ ରାସ୍ତାଘାଟର ଦୁର୍ଦ୍ଦଶାକୁ ନେଇ ସେଠାରେ ବିଧାୟକ ଲୋକଙ୍କ କ୍ରୋଧ ଓ ଆକ୍ରୋଶର ଶିକାର ହୋଇଥିଲେ । ଲୋକଙ୍କ କ୍ରୋଧ ଓ ଉତ୍ତେଜନାକୁ ଦେଖି ବିଧାୟକ ନିଜ କାର୍ ଛାଡ଼ି ଦୌଡ଼ି ପଳାଇଥିବାର ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.