ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

0 64

ଭୁବନେଶ୍ବର ୧୭।୦୯: ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ । ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଶୋକ ସାହୁଙ୍କ ପରଲୋକ। ୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ମେଡିକାଲରେ ଆଖିବୁଜିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ମିଳିଥିବା ଖବରଅନୁଯାୟୀ, ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳ ସମରେ ତାଙ୍କର ଦେହାନ୍ତ ହୋଇଥିବା  ଖବର ମିଳିଛି । ସେହିପରି ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ।  ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପରେ ଓଡିଶା ବିଜେପିରେ ସାମିଲ ହୋଇଥିଲେ ଅଶୋକ ସାହୁ। ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ ୨୦୧୪ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ

Leave A Reply

Your email address will not be published.