ସର୍ବୋଚ୍ଚ ଅଦାଲତ ପ୍ରଥମେ ଡିଜିଟାଲ୍ ମିଡିଆ ପ୍ରତି ଧ୍ୟାନ ଦିଅନ୍ତୁ : କେନ୍ଦ୍ର

0 75

ନୂଆଦିଲ୍ଲୀ: ବେଦ୍ୟୁତିକ ଗଣମାଧ୍ୟମ ଲାଗି ଗାଇଡ୍ଲାଇନ୍ ଜାରି କରାଯିବା ପୂର୍ବରୁ ସୁପ୍ରିମ୍କୋର୍ଟ ଡିଜିଟାଲ୍ ମିଡିଆ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି । କାରଣ ଟିଭି ଠାରୁ ଡିଜିଟାଲ୍ ମିଡିଆର ପ୍ରଭାବ ଅଧିକ ଏବଂ ତାହା ଭାଇରାଲ୍ ହୋଇପାରୁଛି । ଟିଭି ଚ୍ୟାନେଲମାନଙ୍କ ଲାଗି ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ ସୁପ୍ରିମ୍କୋର୍ଟ ଦେଇଥିବା ପରାମର୍ଶ ସମ୍ବନ୍ଧୀୟ ଏକ ବିବୃତ୍ତିରେ କେନ୍ଦ୍ର ସରକାର କହିଛନ୍ତି । ବ୍ୟକ୍ତିବଶେଷଙ୍କ ପାଖରେ ଅନାୟାସରେ ପହଞ୍ଚି ପ୍ରଭାବ ପକାଇପାରୁଥିବାରୁ ସର୍ବୋଚ୍ଚ ଅଦାଲତ ପ୍ରଥମେ ଡିଜିଟାଲ୍ ମିଡିଆ ପ୍ରତି ଧ୍ୟାନ ଦିଅନ୍ତୁ । ସୁପ୍ରିମ୍କୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, ଡିଜିଟାଲ୍ ମିଡିଆର ଦ୍ରୁତତର ପହଞ୍ଚ ରହିଛି ଏବଂ ହ୍ୱାଟ୍ସଆପ୍, ଟୁଇଟର୍ ଏବଂ ଫେସ୍ବୁକ୍ ଭଳି ଆପ୍ ଯୋଗୁଁ ଭାଇରାଲ୍ ବା ଲୋକପ୍ରିୟ ହେବାର ସମ୍ଭାବନା ରହିଛି । ସାମର୍ଥ୍ୟ ଥିବା କାରଣରୁ ଡିଜିଟାଲ୍ ମିଡିଆ ଉଲ୍ଲେଖନୀୟ ପ୍ରଭାବ ବିସ୍ତାର କରୁଛି । ଅଦାଲତ ପ୍ରଥମେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମ ସମ୍ବନ୍ଧରେ ଯଥେଷ୍ଟ ନିୟମ ଓ ନ୍ୟାୟିକ ଘୋଷଣାମାନ ରହିଛି । ବାକ୍ ସ୍ୱାଧୀନତାରେ ସନ୍ତୁଳନ ରକ୍ଷା ଏବଂ ଉତ୍ତରଦାୟୀ ସାମ୍ବାଦିକତା ବୈଧାନିକ ବ୍ୟବସ୍ଥା ଓ ରାୟ ଦ୍ୱାରା ପରି·ଳିତ ହେଉଛି । ଯଦି ଶୀର୍ଷ ଅଦାଲତ କାର୍ଯ୍ୟାନୁଷ୍ଠାନ ·ହୁଁଛନ୍ତି ତେବେ ତାହାକୁ କେବଳ ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟସ୍ରୋତରେ ସୀମିତ ନ ରଖିବା ଉଚିତ । ଗଣମାଧ୍ୟମରେ ମୁଖ୍ୟସ୍ରୋତ ବୈଦ୍ୟୁତିକ ଗଣମାଧ୍ୟମ, ମୁଖ୍ୟସ୍ରୋତ ମୁଦ୍ରିତ ଗଣମାଧ୍ୟମ ତଥା ଡିଜିଟାଲ୍ ପ୍ରିଣ୍ଟ ମିଡିଆ ଏବଂ ଡିଜିଟାଲ୍ ୱେବ୍-ଭିତ୍ତିକ ନ୍ୟୁଜ୍ ପୋର୍ଟାଲ୍ ଭଳି ସମାନ୍ତରଳ ଗଣମାଧ୍ୟମ ଏବଂ ୟୁଟ୍ୟୁବ୍ ·ନେଲ୍ ଓ “ଓଭର୍ ଦି ଟପ୍’ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ । ଏଥିପାଇଁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାକୁ ଶୀର୍ଷ ଅଦାଲତ ଆମିକସ୍ କ୍ୟୁରି ନିଯୁକ୍ତି କରନ୍ତୁ କିମ୍ବା ଏକ କମିଟି ଗଠନ କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.