୭୦ ବର୍ଷ ବୟସରେ ପାଦ ଦେଲେ ପ୍ରଧାନମନ୍ତ୍ରୀ

0 67

ଦେଶ-ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ : ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟର ବଡ଼ନଗରରେ ସେ ଜନ୍ମ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ୭ ଜଣ ଭାଇ-ଭଉଣୀ । ସେମାନେ ହେଲେ ପ୍ରହ୍ଲାଦ ମୋଦୀ, ସୋମା ମୋଦୀ, ପଂକଜ ମୋଦୀ, ବସଂନ୍ତିବେନ ହଂସମୁଖଲାଲା ମୋଦୀ, ଅମୃତି ମୋଦୀ ପ୍ରମୁଖ । ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରୀନ ବୁଧବାର କହିଛନ୍ତି, ଉଭୟ ଦେଶର ବିକାଶକୁ ଆହୁରି ଆଗକୁ ନେବାରେ ଅନେକ ସମ୍ଭାବନା ରହିଛି । ସେ କହିଛନ୍ତି ଫିନଲାଣ୍ଡ ୟୁରୋପୀୟ ସଂଘର ସକ୍ରିୟ ସଦସ୍ୟ ଏବଂ ଜୁଲାଇ ମାସରେ ହୋଇଥିବା ଭାରତ ଓ ୟୁରୋପୀୟ ସଂଘର ସଂପର୍କ ଆହୁରି ମଜବୁତ ହେବ ବୋଲି ଅନୁମାନ ହେଉଛି । ମୋଦୀଙ୍କୁ ଲେଖିଥିବା ଏକ ପତ୍ରରେ ମାରିନ କହିଛନ୍ତି, ଉଭୟ ଦେଶକୁ ସୁଯୋଗ ଆସିଛି ଯେ, ବିକାଶ ପାଇଁ କାମ କରିବା । ମୋଦୀଙ୍କ ଜନ୍ମଦିନ ଅବସରରେ ସେ ଆହୁରି କହିଛନ୍ତି, ଉଭୟ ଦେଶର କୁଟନୈତିକ ସଂପର୍କ ନିକଟରେ ୭୦ ବର୍ଷ ପୂରିଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତ ଓ ନେପାଳ ମଧ୍ୟରେ ଥିବା ସଂପର୍କକୁ ଆହୁରି ଶକ୍ତିଶାଳୀ କରିବା ବୋଲି ସେ ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନକୁ ଭାରତୀୟ ଜନତା ପାର୍ଟି ସେବା ସପ୍ତାହ ଭାବେ ପାଳନ କରୁଛି । ଏହି କ୍ରମରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତାମିଲନାଡୁର କୋଏମ୍ବାଟୁରରେ ବିଜେପି କର୍ମୀମାନେ ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ୭୦କିଲୋର ଏକ ଲଡୁ ପ୍ରସ୍ତୁତ କରିଛନ୍ତି । କେରଳର କୋଝିକୋଡରେ ବିଜେପି କର୍ମୀଙ୍କ ଦ୍ୱାରା ସଫାଇ ଅଭିଯାନ ହୋଇଛି । ସେହିପରି ମୋଦୀଙ୍କ ଦୀର୍ଘାୟୁ କାମନା କରି ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ହନୁମାନ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଛି ।

Leave A Reply

Your email address will not be published.