୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

0 66

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ଆନ୍ତରାଜ୍ୟ ମାପିଆଙ୍କ ଦ୍ୱାରା ବିହାର ଓ ଛତିଶଗଡକୁ ୩୫ ଲକ୍ଷ ଟଙ୍କାର ଗଞ୍ଜଇ ଚାରା ଚାଲାଣ ବେଳେ ଜବତ ହୋଇଛି । ଏଥିରେ ୨ଜଣ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ,ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତିରୁ ଚୋରା ଗଞ୍ଜେଇ କାରବାର ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଗତ ବିଧବାର ରାତ୍ର ୧୧ଟା ବେଳେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲିଥିବା ବେଳେ ଅଡବା ଥାନା ଅଞ୍ଚଳରେ ଏକ ଛତିଶଗଡ ଟ୍ରକ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ଯାଉଥିବା ଖବର ମିଲିଥିଲା । ଏହି ଟ୍ରକ ଲୁହାଗୁଡି ହୋଇ ବ୍ରହ୍ମପୁର ଦେଇ ଝାଡଖଣ୍ଡ ରାଜ୍ୟକୁ ଚାଲାଣ ହେବ ବୋଲି ଜଣାପଡିଥିଲା । ମୋହନା ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଲୁହାଗୁଡି ଓ ଚାନ୍ଦିପୁଟ ରାସ୍ତାକୁ ବ୍ଲକିଂ କରିଥିଲେ । ସେହି ରାତି ୧୨.୩୦ ସମୟରେ ଉକ୍ତ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ନଂ ସିଜି ୦୪ଏଲଏନ ୩୮୯୯ କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ଉକ୍ତ ଟ୍ରକରୁ ସମୁଦାୟ ୨୭ ଗୋଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉକ୍ତ ଗଞ୍ଜେଇର ପରିମାଣ ୬୮୮କେଜି ୪୨୦ଗ୍ରାମ ଏବଂ ଏହାର ବଜାର ମୁଲ୍ୟ ପ୍ରାୟ ୩୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ହୋଇଥିବା ୨ଜଣ ଅଭିଯୁକ୍ତ ହେଲେ ବିହାର ରାଜ୍ୟର ଇନ୍ଦ୍ର ପ୍ରସାଦ ଯାଦବ ଓ ଝାଡଖଣ୍ଡର ଜଗୁରାମ ଧୋବୀ । ଏହି ବ୍ୟକ୍ତି ମାନଙ୍କୁ ମୋହନା ପୋଲିସ ଗିରଫ କରି ଗାଡିଟିକୁ ଜବତ କରିଛି । ଘଟଣାକୁ ନେଇ ମୋହନା ଥାନାରେ ୧୪୪/୨୦ରେ ଏକ ମାମଲା ରୁଜୁ ହୋଇଛି । ଏସଆଇ ପିଙ୍କି କୁମାରୀ ମୁର୍ମୁ ଘଚଣାର ତଦନ୍ତ ଭାର ନେଇ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.