ସାଇବର ଆଟାକ୍

0 78

ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ଚୋରି

ନୂଆଦିଲ୍ଲୀ: ଚୀନ୍ ଦ୍ୱାରା ଏବେ ଭାରତରେ ସାଇବର ଆଟାକ୍ କରାଯାଉଛି । ସେପ୍ଟେମ୍ବର ଆରମ୍ଭରୁ ଚୀନ୍ ଦ୍ୱାରା କରାଯାଇଥିବା ତଥ୍ୟ ଚୋରି ଘଟଣା ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି । ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି)ର ଅନେକ କମ୍ପ୍ୟୁଟରକୁ ହ୍ୟାକରଙ୍କ ଦ୍ୱାରା ହ୍ୟାକ୍ କରାଯାଇଥିବା ଜଣା ପଡ଼ିଛି । ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଟିମ୍ ସେପ୍ଟେମ୍ବର ଆରମ୍ଭରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ସାରିଛି । ଏନଆଇସିର ଏହି କମ୍ପ୍ୟୁଟରଗୁଡିକରେ, ଭାରତୀୟ ସୁରକ୍ଷା, ଭାରତୀୟ ନାଗରିକ, ବଡ ଭିଆଇପି ବ୍ୟକ୍ତିତ୍ୱଙ୍କ ସହ ଜଡ଼ିତ ତଥ୍ୟ ଉପଲବ୍ଧ ରହିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ମଧ୍ୟ ରହିଥିବା ଜଣା ପଡ଼ିଛି । କମ୍ପ୍ୟୁଟର ହ୍ୟାକ୍ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଭାରତୀୟଙ୍କ ତଥ୍ୟ ଚୋରି ହୋଇଥିବା ନେଇ ଆଶଙ୍କା କରାଯାଉଛ । ସୂଚନା ଅନୁଯାୟୀ, ଏହି ଆକ୍ରମଣ ବେଙ୍ଗାଲୁରୁର ଏକ କମ୍ପାନିରୁ କରାଯାଇଥିଲା । ଏନଆଇସିର କର୍ମ·ରୀମାନଙ୍କୁ ଏକ ଇମେଲ୍ ଆସିଥିଲା । ଯେଉଁମାନେ ସେହି ମେଲର ଲିଙ୍କ ଉପରେ କ୍ଲିକ୍ କରିଥିଲେ, ସେମାନଙ୍କର କମ୍ପ୍ୟୁଟରର ତଥ୍ୟ ଚୋରି ହୋଇ ଯାଇଥିଲା । ଏହି ସାଇବର ଆକ୍ରମଣରେ ପ୍ରାୟ ୧୦୦ଟି କମ୍ପ୍ୟୁଟରକୁ ଟାର୍ଗେଟ କରାଯାଇଥିଲା ବୋଲି ଜଣା ପଡ଼ିଛି, ଯେଉଁଥିରେ କିଛି ଏନଆଇସିର କମ୍ପ୍ୟୁଟର ଥିବା ବେଳେ ଆଇଟି ମନ୍ତ୍ରାଳୟର କିଛି କମ୍ପ୍ୟୁଟର ରହିଥିବା ଜଣା ପଡ଼ିଛ । ଏହି ମାମଲା ପରେ, ଏନଆଇସିର ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଏହି ଘଟଣାର ତଦନ୍ତ ·ଲିଛି । ସୂତ୍ର ଅନୁଯାୟୀ, ଏହି ମେଲ ବେଙ୍ଗାଲୁରୁରେ ଥିବା ଏକ ଆମେରିକୀୟ କମ୍ପାନୀରୁ ଆସିଥିଲାୟ ଆଇପି ଠିକଣାରୁ ଏହି ସୂଚନା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଚୀନର କିଛି କମ୍ପାନି ପ୍ରାୟ ଦଶ ହଜାର ଭାରତୀୟଙ୍କ ଉପରେ ନଜର ରଖିଛନ୍ତି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ବରିଷ୍ଠ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ନେତା, କ୍ରୀଡ଼ାବିô, ଅଭିନେତାଙ୍କ ସମେତ ବହୁ ସେଲିବ୍ରିଟିଙ୍କ ତଥ୍ୟ ଉପରେ ନଜର ରଖାଯାଉଛି । ଚୀନ କମ୍ପାନି ଏହି ସବୁ ଗତିବିଧିକୁ ରେକର୍ଡ କରୁଛି ।

Leave A Reply

Your email address will not be published.