୨୪ଘଣ୍ଟାରେ ୯୬,୪୨୪କରୋନା ଆକ୍ରାନ୍ତ ଚିହ୍ନଟ,୧୧୭୪ଜଣ ମୃତ

0 81

ନୂଆଦିଲ୍ଲୀ: ଦେଶରେ ଆଜି ୫୨ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ବଢ଼ୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଆକ୍ରାନ୍ତ ସହ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି । ୨୪ଘଣ୍ଟାରେ ୯୬,୪୨୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୪୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିୟ ଏହା ସହ ୧୧୭୪ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୨,୧୪,୬୭୭ ରେ ପହଞ୍ଚିଛି । ଏହାମଧ୍ୟରୁ ୧୦୧୭୭୫୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୪,୩୭୨ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୧,୧୨୫,୫୧ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୨% ରହିଥିବା ବେଳେ ଆରୋଗ୍ୟ ହାର ୭୮.୮୬% ରହିଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୧,୧୮,୨୫୩ ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୧୦୦୯୯୭୬ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୩,୧୯୮ ରହିଥିଲା । ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୦,୨୫୦,୭୯ ରେ ପହଞ୍ଚିଥିଲା ୟ ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୩% ରହିଥିବା ବେଳେ ଆରୋଗ୍ୟ ହାର ୭୮.୬୪% ରହିଥିଲା ।

Leave A Reply

Your email address will not be published.