ଭାରତରେ ମିଶିବାକୁ ଜାତିସଂରେ ଦାବି କଲେ ଗିଲଗିଟ୍-ବାଲତିସ୍ତାନ ବାସିନ୍ଦା

0 51

ନୂଆଦିଲ୍ଲୀ : ଗିଲଗିଟ-ବାଲ୍ତିସ୍ତାନର ଲୋକମାନେ ଭାରତର ଲଦାଖର ଅଂଶ ହେବାକୁ ଚାହାନ୍ତି । ଗିଲଗିଟ-ବାଲ୍ତିସ୍ତାନରେ ପାକିସ୍ତାନୀ ଦଖଲ ବିରୁଦ୍ଧରେ କ୍ରମାଗତ ଭାବରେ ସଂଗ୍ରାମ କରୁଥିବା ଅହମ୍ମଦ ଆୟୁବ ର୍ମିଜା ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ ଅଧିକୃତ ଗିଲଗିଟ-ବାଲ୍ତିସ୍ତାନନର ଅଞ୍ଚଳକୁ ଭାରତରେ ମିଶ୍ରଣ କରିବାକୁ ଦାବି କରିଛନ୍ତି । ମାନବ ଅଧିକାର ପରିଷଦର ୪୫ ତମ ନିୟମିତ ଅଧିବେଶନରେ ଅମଜାଦ ଆୟୁବ ମିର୍ଜା କହିଛନ୍ତି ଯେ ପାକିସ୍ତାନ ଏକ ମିଛ କାହାଣୀ କହି ସମଗ୍ର ବିଶ୍ୱକୁ ଭ୍ରମିତ କରିବାକୁ ଚେଷ୍ଟା କରିଆସୁଛି । ହେଲେ ବାସ୍ତବରେ ଦେଖିବାକୁ ଗଲେ ଏଠାରେ ଲୋକମାନେ ପାକିସ୍ତାନୀ ଦଖଲରୁ ମୁକ୍ତି ପାଇବାକୁ ·ହୁଁଛନ୍ତି । ଶିକ୍ଷକମାନଙ୍କୁ ଦରମା ନଦେବା ପାଇଁ ଶାସକ ପାକିସ୍ତାନ ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅହମ୍ମଦ ଆୟୁବ ର୍ମିଜା କହିଛନ୍ତି ଯେ ଆମର ଜାତୀୟ ସମ୍ବଳ ନଷ୍ଟ ହେବା ବିରୋଧରେ ପାଟି ଫିଟାଉଥିବା ଗିଲଗିଟ-ବାଲ୍ତିସ୍ତାନର ଯୁବକମାନେ ୭୦-୯୦ ବର୍ଷ କାରାଦଣ୍ଡ ଭୋଗୁଛନ୍ତି । ଅନେକ ସମୟରେ ଆମର ମହିଳା ମାନଙ୍କୁ ପାକିସ୍ତାନ ସେନାର ଯବାନ ମାନେ ଅସଦାଚରଣ କରୁଛନ୍ତି । ଆମର ଲୋକମାନେ ସ୍ୱାଧୀନତା ପାଇବାକୁ ବ୍ୟାକୁଳ ଅଛୁ । ଆମେ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଯୋଗଦେବାକୁ ·ହୁଁଛୁ । ସେ କହିଛନ୍ତି, ‘ଦେବ ପାଣ୍ଠି ଗତ ୨ ବର୍ଷ ଧରି ବନ୍ଦ ରହିଛି । ତେଣୁ ମିରପୁରରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇ ନାହିଁ । ଏଠାରେ ଆମକୁ ପାନୀୟ ଜଳ ସହିତ ଟ୍ୟୁବରେ ରକ୍ତ ମଧ୍ୟ ଆସୁଛି । ଯଦି ଆମେ ଏହି ସମସ୍ତ ଘଟଣାକୁ ନେଇ ଆନ୍ଦୋଳନ କରୁଛୁ ତେବେ ପାକିସ୍ତାନ ସରକାର ଆମ ଉପରେ ଅକଥନୀୟ ନିର୍ଯ୍ୟାତନା କରୁଛି ।

Leave A Reply

Your email address will not be published.