ଅମ୍ଳଜାନ ଅଭାବରୁ ଦୁର୍ବଳ ହେଉଛନ୍ତି ଚୀନ୍ ସେନା

0 72

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି । ବିବାଦର ସମାଧାନ ପାଇଁ ଅନେକ କମାଣ୍ଡରସ୍ତରୀୟ ବୈଠକ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସମାଧାନର ବାଟ ବାହାରିପାରି ନାହିଁ । ଏ ମଧ୍ୟରେ ଖବର ଆସିଛି ଯେ ଲଦାଖର ଉଚ୍ଚ ଶିଖରରେ ଅମ୍ଳଜାନ ଅଭାବ ହେତୁ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଦୁର୍ବଳ ହେବାରେ ଲାଗିଛି । ପାଙ୍ଗୋଙ୍ଗ ସୋ’ର ଉତ୍ତର ପାଶ୍ୱର୍ରେ ଅବସ୍ଥିତ ଫିଙ୍ଗର ଅଞ୍ଚଳ, ଯେଉଁଠାରେ ଚୀନ୍ ସେନ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ, ସେଠାରୁ ଏବେ ଚୀନ କିଛି ସେନ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରୁଥିବା ଜାଣିବାକୁ ପାଇଛନ୍ତି ଭାରତୀୟ ସେନା । ଚୀନ ସେନା କିଛି ସେନିକଙ୍କୁ ଷ୍ଟ୍ରେଚରରେ ସ୍ଥାନାନ୍ତର କରି ନିକଟସ୍ଥ ଫିଲ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଦେଖାଯାଇଛି । ସୂଚନାନୁସାରେ କିଛି ଚୀନ୍ ସେନିକଙ୍କୁ ଫିଙ୍ଗର ୪ଉଚ୍ଚତାରୁ ନିଆଯାଇ ଫିଙ୍ଗର ୬ ପାଖରେ ଥିବା ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାରୀଙ୍କ କହିବାନୁସାରେ ଗତ ଦୁଇରୁ ତିନି ଦିନ ମଧ୍ୟରେ ଅନେକ ପିଏଲଏ ସେନାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି । ଅଧିକ ଉଚ୍ଚରେ ତାପମାତ୍ରା କମିବାକୁ ଲାଗିଥିବାରୁ ଚୀନ ସେନିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ନେଇ ସୂଚନା ମିଳିଛି । ଏହି ସୂଚନାରୁ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଲଦାଖରେ ଉଚ୍ଚ ଉଚ୍ଚତାରେ ସେନା ମୁତୟନ କରିବା ଚୀନ୍ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.