ଚୀନକୁ ଚେକ୍ ଦେବାର ସମୟ ଆସିଛି

0 65

ଚୀନ୍ର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ତଳର ରିପୋର୍ଟ ସ୍ପଷ୍ଟ ସୂଚନା ଦେଇଛି କି ଭାରତର ଅମଲା ଠାରୁ ଆରମ୍ଭ କରି ଶିଳ୍ପଜଗତ ଓ ବହୁ ଭିଭିଆଇପିଙ୍କ ଉପରେ ଗୁଇନ୍ଦାଗିରି ଚଳାଇଛି । ଚାଇନାର କେତେକ କମ୍ପାନୀ ଦ୍ୱାରା ଭାରତରେ ଗୁପ୍ତଚର କାର୍ଯ୍ୟ କରାଯାଉଛି ବୋଲି କୁହାଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ନେଇ ସେନାର ବରିଷ୍ଠ ଅଧିକାରୀଙ୍କ ପଛରେ ଗୁପ୍ତଚର କାର୍ଯ୍ୟ ·ଲିଛି । ଏହାବ୍ୟତୀତ ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ଦେଶର ଅଗ୍ରଣୀ ଶିଳ୍ପପତିମାନେ ମଧ୍ୟ ଚୀନ୍ର ଟାର୍ଗେଟରେ ଅଛନ୍ତି । ଏକ ଇଂରାଜୀ ଖବରକାଗଜର ରିପୋର୍ଟରେ ଅନୁସାରେ ସେନଜେନ ୱେଷ୍ଟ ଭିତ୍ତିକ ·ଇନିଜ୍ କମ୍ପାନୀ “ଜେନଝୁଆ ଡାଟା ଇନଫର୍ମେସନ୍ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍’ ଭାରତରେ ପ୍ରାୟ ଦଶ ହଜାର ଲୋକଙ୍କ ଉପରେ ନଜର ରଖିଛି । ଏହି କମ୍ପାନୀର ଚୀନ୍ ସରକାର ଏବଂ ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ ସିଧାସଳଖ ଯୋଗାଯୋଗ ରହିଛି । ·ଇନାର ଏହି କମ୍ପାନୀ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ମେୟର ପର୍ଯ୍ୟନ୍ତ ପ୍ରାୟ ଦଶହଜାର ଭାରତୀୟଙ୍କ ଉପରେ ନଜର ରଖିଛି । ଏବେ ପୁଣି ଚୀନ୍ର ଆଉ ଏକ ହୀନ କାର୍ଯ୍ୟ ସାମ୍ନାକୁ ଆସିଛି । ଚୀନ୍ ଦ୍ୱାରା ଏବେ ଭାରତରେ ସାଇବର ଆଟାକ୍ କରାଯାଉଛି । ସେପ୍ଟେମ୍ବର ଆରମ୍ଭରୁ ଚୀନ୍ ଦ୍ୱାରା କରାଯାଇଥିବା ତଥ୍ୟ ଚୋରି ଘଟଣା ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି । ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି)ର ଅନେକ କମ୍ପ୍ୟୁଟରକୁ ହ୍ୟାକରଙ୍କ ଦ୍ୱାରା ହ୍ୟାକ୍ କରାଯାଇଥିବା ଜଣା ପଡ଼ିଛି । ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଟିମ୍ ସେପ୍ଟେମ୍ବର ଆରମ୍ଭରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ସାରିଛି । ଏନଆଇସିର ଏହି କମ୍ପ୍ୟୁଟରଗୁଡିକରେ ଭାରତୀୟ ସୁରକ୍ଷା, ଭାରତୀୟ ନାଗରିକ, ବଡ ଭିଆଇପି ବ୍ୟକ୍ତିତ୍ୱଙ୍କ ସହ ଜଡ଼ିତ ତଥ୍ୟ ଉପଲବ୍ଧ ରହିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ମଧ୍ୟ ରହିଥିବା ଜଣା ପଡ଼ିଛି । ଅର୍ଥାତ ଚୀନ୍ର ଔଦ୍ଧତ୍ୟ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଏବେ ପୁଣି ଚୀନ୍ ମୁହଁ ଟାଣ କରି କହୁଛି କି ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ । ଏଥିରୁ ଜଣାଯାଉଛି କି ଚୀନ୍ ଜାଣିଶୁଣି ସୀମାରେ ବିବାଦ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ଗତକାଲି ସଂସଦରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଚୀନ୍କୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି କି ଆମେ ବି ପ୍ରସ୍ତୁତ ରହିଛୁ । ଚୀନ୍ର ପ୍ରତିଟି ଚାଲ୍କୁ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି ରାଜନାଥ ସିଂ ସ୍ପଷ୍ଟ କହିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇତିମଧ୍ୟରେ ଭାରତ-ଚୀନ୍ ବିବାଦକୁ ନେଇ ସର୍ବଦଳୀୟ ବୈଠକ କରିସାରିଛନ୍ତି । ଚୀନ୍କୁ ଚେକ୍ ଦେବା ପାଇଁ ଏହାଠୁ ବଡ଼ ସୁଯୋଗ ଆଉ କିଛି ଥାଇନପାରେ ।

Leave A Reply

Your email address will not be published.