ପୋଲିସ ଅଧିକାରୀଙ୍କ ଉନ୍ମତ କାଣ୍ଡ

0 78

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୋଲିସ ଅଧିକାରୀଙ୍କ ଉନ୍ମତ କାଣ୍ଡ । ମହିଳାଙ୍କ ଉପରଙ୍କୁ ଛୁରୀରେ ଆକ୍ରମଣ କଲେ ପୋଲିସ ଅଧିକାରୀ ଚନ୍ଦ୍ର ଶେଖର ହଜାରି । ମାଲକାନଗିରି ଜିଲ୍ଲା ସ୍ଥିତ ଆଶ୍ରିବାଦ କଲୋନୀରେ ବାସ କରୁଥିବା ପୋଲିସ ଏ ଏସ ଆଇ ଚନ୍ଦ୍ର ଶେଖର ଏବଂ ଅନ୍ୟଜଣେ ବାସିନ୍ଦା ସୁନାମଣି କଂସାରିଙ୍କ ମଧ୍ୟରେ କୌଣସି ଏକ କାରଣରୁ ବଚସା ହୋଇଥିଲା । ଏହା ମଧ୍ୟରେ ସ୍ଥିତି ଉତ୍ତେଜନା ମୂଳକ ହେବାପରେ ପୋଲିସ ଏ ଏସ ଆଇ ଚନ୍ଦ୍ର ଶେଖର ସୁନାମଣିଙ୍କ ଉପରକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିବା ଜଣା ପଡିଛି । ଏହି ଆକ୍ରମଣରେ ସୁନାମଣିଙ୍କ ଗୋଟିଏ ଆଖିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ସୁନାମଣିଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ସମ୍ପୃକ ପୋଲିସ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ଏଭଳି ଝଗଡା ହେଉଥିବା ବେଳେ ଆଜି ଏଭଳି ଅଘଟଣ ଘଟିଛି ।

Leave A Reply

Your email address will not be published.