ମାତ୍ର ୬,୭୧,୦୦୦ଟଙ୍କାର ମୂଲ୍ୟରେ ନୂତନ କିଆ ସୋନେଟର ଶୁଭାରମ୍ଭ

0 79

ଭୁବନେଶ୍ୱର: କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି, ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରର ସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର ଏକ୍ସଶୋରୁମ ମୂଲ୍ୟରେ ଉପଲବ୍ଧ ହେଉଛି । ସାମଗ୍ରିକ ଭାବେ ଏହି ନୂତନ ସୋନେଟକୁ ପାଖାପାଖି ୧୭ଟି ଭାରିଆଂଟରେ ପ୍ରଦର୍ଶିତ କରାଯାଉଛି, ଯେଉଁଥିରେ ଦୁଇଟି ପେଟ୍ରୋଲ ଇଞ୍ଜିନ, ଦୁଇଟି ଡିଜେଲ ଇଞ୍ଜିନ(ଡବ୍ଲୁଜିଟି ଏବଂ ଭିଜିଟି କନଫ୍ୟୁଗିରେସନ), ପାଂଚଟି ଟ୍ରାନ୍ସମିସନ ଏବଂ ଦୁଇଟି ଟ୍ରିମ ସ୍ତରର-ଟେକ ଲାଇନ ଏବଂ ଜିଟି-ଲାଇନ ଅନ୍ତର୍ଭୁକ୍ତ । ଏହାଛଡ଼ା ଏହି ନୂତନ ସୋନେଟ ବ୍ୟାପକ ଫିଚର ଓ ମାନଦଣ୍ଡ ସମେତ କିଆ ୟୁଭିଓ କନେକ୍ଟ ଜରିଆରେ ନୁତନ ଇନ-କାର ପ୍ରଯୁକ୍ତିରେ ବ୍ୟବସ୍ଥିତ ହୋଇଛି । ଏହି ନୂତନ କମ୍ପାକ୍ଟ ଏସୟୁଭି ପାଇଁ ଏପର୍ଯ୍ୟନ୍ତ ୨୫,୦୦୦ ବୁକିଙ୍ଗ ଗ୍ରହଣ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।
ଆଠଟି ମନୋଟୋନ ଏବଂ ତିନୋଟି ଡୁଆଲ-ଟୋନ ରଙ୍ଗ ବିକଳ୍ପରେ ଉପଲବ୍ଧ ଏହି ନୂତନ କିଆ ସୋନେଟ କ୍ଲାନ୍ତି-ମୁକ୍ତ ଡ୍ରାଇଭିଙ୍ଗ ପାଇଁ ସେଗମେଂଟରେ ପ୍ରଥମ କରି ଡିଜେଲ ଛଅ-ବେଗ ସ୍ୱଚାଳିତ ଏବଂ ବୁଦ୍ଧିମାନ ମାନୁଆଲ ଟ୍ରାନ୍ସମିସନ(ଆଇଏମଟି) ଦ୍ୱାରା ବ୍ୟବସ୍ଥିତ ହୋଇଛି । ଡିଜେଲ ୧.୫ ଡବ୍ଲୁଜିଟି ୬ଏମଟି ପାଇଁ ୨୪ କିଲୋମିଟର ପ୍ରତି ଲିଟର, ଡିଜେଲ ୧.୫ ଭିଜିଟି ୬ଏଟି ପାଇଁ ୧୯.୦ କିଲୋମିଟର ପ୍ରତି ଲିଟର ଏବଂ ଷ୍ଟାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ପାଇଁ ୧୮.୪ର ଉତ୍କୃଷ୍ଟ ଇଞ୍ଜିନ ଦକ୍ଷତା ପ୍ରଦାନ କରୁଛି । ସେହିଭଳି ନୂତନ ସୋନେଟ ଲାଇଭ ଟ୍ରାଫିକ ସୂଚନା ଓ ନାଭିଗେସନ ସହିତ ବୃହତ ୧୦.୨୫-ଇଂଚର ଏଚଡି ଯୁକ୍ତ ଟଚସ୍କ୍ରିନ, ସ୍ମ।।ର୍ଟ ଏୟାର ପ୍ୟୁରିଫାୟର ସବ-ଉଫର ସହିତ ବୋସ ପ୍ରିମିୟମ ସାତଟି ସ୍ପିକର ସାଉଣ୍ଡ ସିଷ୍ଟମ, ଏଲଇଡି ସାଉଣ୍ଡ ମୁଡ ଲାଇଟ, ସ୍ୱୟଂଚାଳିତ ମଡେଲ ପାଇଁ ମଲଟି-ଡ୍ରାଇଭ ଓ ଟ୍ରାକ୍ସନ ମୋଡ ଭଳି ଆହୁରି ଅନେକ ଫିଚରରେ ସୁସଜ୍ଜିତ ହୋଇଆସିଛି ।
କିଆ ସୋନେଟ ବଡିର ଦୁଇ-ତୃତୀୟାଂଶରୁ ଅଧିକ ଭାଗ ଉଚ୍ଚ ଦକ୍ଷତା ଯୁକ୍ତ ଏବଂ ଉନ୍ନତ ଦକ୍ଷତାର ଷ୍ଟିଲରୁ ପ୍ରସ୍ତୁତ । ଏଥିରେ ଛଅଟି ଏୟାର ବ୍ୟାଗ, ଆଂଟି ଲକ ବ୍ରେକିଙ୍ଗ ସିଷ୍ଟମ ସହିତ ଇବିଡି, ଆଗ ଏବଂ ପଛ ପାର୍କିଙ୍ଗ ସେନ୍ସର, ପ୍ରୋଜେକ୍ଟର ଫଗ ଲ୍ୟାମ୍ପ, ହାଇଲାଇନ ଟାୟର ପ୍ରେସର ମନିଟମରିଙ୍ଗ ସିଷ୍ଟମ, ଅଟୋ ହେଡଲ୍ୟାମ୍ପ, ଆଇସୋଫିକ୍ସ ଚାଇଲ୍ଡ-ସିଟ ଆଙ୍କରିଙ୍ଗ ସିଷ୍ଟମ ଭଳି ସୁରକ୍ଷା ଫିଚର ରହିଛି । ଏହି ଅବସରରେ କିଆ ମୋଟର ଇଣ୍ଡିଆର ଏମଡି ତଥା ସିଇଓ ଶ୍ରୀ କୁଖ୍ୟୁନ ସିମ କହିଛନ୍ତି ଯେ, “ପୂର୍ବରୁ ଏହାର ଉତ୍ସାହପୂର୍ଣ୍ଣ ସ୍ୱାଗତକୁ ଦେଖି ଆମେ କିଆର ଏହି ନୂତନ ଭାରତ ନିର୍ମିତ କାର, ସୋନେଟକୁ ଭାରତରେ ଉନ୍ମୋଚିତ କରିବାକୁ ନେଇ ବେଶ ଉତ୍ସାହିତ ଅଟୁ । ଆମେ ସୁନିଶ୍ଚିତ ଯେ ଏହା ଦେଶରେ କମ୍ପାକ୍ଟ ଏସୟୁଭି ସେଗେମେଂଟରେ ସମ୍ପୂର୍ଣ୍ଣ ରୂପେ ବଦଳାଇଦେବ ।” ଏହି ନୂତନ କିଆ ସୋନେଟର ଡେଲିଭରୀ ଆରମ୍ଭ ହୋଇଯାଇଛି ଏବଂ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଯାଇଛି ଏବଂ ଆଗ୍ରହୀ ଗ୍ରାହକମାନେ ଏହି କାରକୁ ୧୬୦ଟି ସହରରେ କମ୍ପାନୀର ଥିବା ୨୬୫ଟି ଟଚପଏଂଟରୁ କିମ୍ବା ଙ୍ଗଙ୍ଗଙ୍ଗ.ଳସବ.ମକ୍ଟଜ୍ଞ/ସଦ୍ଭ ରେ ଲଗଇନ କରି ଅନଲାଇନରେ ମଧ୍ୟ କ୍ରୟ କରିପାରିବେ ।

Leave A Reply

Your email address will not be published.