ହାଇ-ପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାଶ : ୭ ଯୁବତୀ ଉଦ୍ଧାର, ୫ ଗିରଫ

0 70

ଲକ୍ଷେ୍ନø : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ହାଇ-ପ୍ରୋଫାଇଲ ସେକ୍ସ ରାକେଟ୍ର ପର୍ଦ୍ଦାଫାଶ ହୋଇଛି । ଶିବାଜୀପୁରମ୍ ଶିବାନୀ ବିହାର ସ୍ଥିତ ଏକ ଘରେ ପୋଲିସ ଚଢାଉ କରି ୭ ଜଣ ଯୁବତୀଙ୍କ ସହ ୫ ଜଣ ପୁରୁଷଙ୍କୁ ଗିରଫ କରିଛି । ଏହା ସହ ପୋଲିସ ବହୁ ବିଳାସପୂର୍ଣ୍ଣ ଗାଡି, ମୋବାଇଲ ଏବଂ ଆପତ୍ତଜନକ ସାମଗ୍ରୀ ମଧ୍ୟ ଜବତ କରିଛି । ପୋଲିସର ସୂଚନା ଅନୁସାରେ ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା କରାଯିବା ପରେ ଅନେକ ଗୁମର ଫିଟିଥିଲା । ମଧ୍ୟପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରୁ ଯୁବତୀମାନଙ୍କୁ ଅଣାଯାଇ ଏହି ଘରେ ରାକେଟ୍ ଚଳାଇଥିଲେ କିଙ୍ଗପିନ୍ । ଏହା ବ୍ୟତୀତ ନିକଟସ୍ଥ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଯୁବତୀମାନଙ୍କୁ ଅଣାଯାଇ ରାକେଟ୍ ରେ ନିୟୋଜିତ କରାଯାଉଥିଲା । ଏହି ଅଞ୍ଚଳରେ ସେକ୍ସ ରାକେଟ୍ ·ଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସେହି ଅଞ୍ଚଳରେ ଥିବା ଏକ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ସେହି ଘରୁ ୭ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ୫ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଘର ମାଲିକ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି ।

Leave A Reply

Your email address will not be published.