ବରମୁଣ୍ଡା ବସଷ୍ଟାଣ୍ଡରୁ ଆରମ୍ଭ ଉଚ୍ଛେଦ କାର୍ଯ୍ୟ

0 88

ଭୁବନେଦଶ୍ୱର : ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଆଗକୁ ଆନ୍ତରାଜ୍ୟ ବସ ଟର୍ମିନାଲ ପାଲଟିବ। ନୂଆ ବସ ଟର୍ମିନାଲ ପାଇଁ ଆଜି ଠାରୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବିଡ଼ିଏ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ୧୫.୦୫ ଏକର ସ୍ଥାନରେ ଆନ୍ତରାଜ୍ୟ ବସ ଟର୍ମିନାଲ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ବସ ଟର୍ମିନାଲରେ ବିଦ୍ୟୁତ ଶକ୍ତି ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ। ଏହାସହ ଅଗ୍ନିନିର୍ବାପକ ଯନ୍ତ୍ର ସହ ଫାୟାର ଆଲାରାମ ବ୍ୟବସ୍ଥା କରାଯିବ। ସେହିପରି ସୋଲାର ପାୱାର ସିଷ୍ଟମ, ଇଣ୍ଟରନେଟ ଟେଲିକମ ସିଷ୍ଟମ ଭଳି ଅନ୍ୟାନ୍ୟ ସମସ୍ତ ସୁବିଧା କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.