ରାଷ୍ଟ୍ରୀୟ ଶିକ୍ଷା ନୀତିର ମୁଖ୍ୟ ଲକ୍ଷ୍ୟ ଶିକ୍ଷା ବ୍ୟବସ୍ଥାକୁ ପୁନର୍ଜୀବିତ କରିବା : ରାଷ୍ଟ୍ରପତି

0 63

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ଦିଗରେ ଆମର ଶିକ୍ଷା ବ୍ୟବସ୍ଥାକୁ ପୁନର୍ଜୀବିତ କରିବା ଏହାର ଉଦ୍ଦେଶ୍ୟ ୟ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଏକ ନ୍ୟାୟପୂର୍ଣ୍ଣ ତଥା ଜୀବନ୍ତ ଜ୍ଞାନ ସମାଜର ବିକାଶ ପାଇଁ ଏହା ଦୂରଦୃଷ୍ଟି ସ୍ଥିର କରେ । ଏହା ସଂଯୋଜନା ଏବଂ ଉକ୍ରର୍ଷର ଦ୍ୱୈତ ଉଦ୍ଦେଶ୍ୟ ହାସଲ କରେ । ରାଷ୍ଟ୍ରପତି କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତି କିମ୍ବା ଗ୍ରେଡ୍ ପାଇଁ ନିରୁତ୍ସାହିତ କରୁଛି । ଏହା ସମାଲୋଚିତ ଚିନ୍ତାଧାରା ଏବଂ ଅନୁସନ୍ଧାନର ଭାବନାକୁ ଉତ୍ସାହିତ କରେ । ପ୍ରାଚୀନ କାଳରେ ସର୍ବଭାରତୀୟ ସ୍ତରରେ ଭାରତ ସମ୍ମାନିତ ଶିକ୍ଷା କେନ୍ଦ୍ର ଥିଲାୟ ତକ୍ଷଶିଳା ଏବଂ ନାଲନ୍ଦା ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷା କ୍ଷେତ୍ର ପାଇଁ ଅନେକ ସମ୍ମାନଜନକ ମାନ୍ୟତା ହାସଲ କରିଥିଲା । କିନ୍ତୁ ଆଜି ଭାରତର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ବିଶ୍ୱ ମାନ୍ୟତାରେ ଉଚ୍ଚ ମାନ୍ୟତା ପାଉନାହାଁନ୍ତି । ସେ କହିଛନ୍ତି ଯେ ଏନଇପିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏକ ମହାନ ଶିକ୍ଷାର କେନ୍ଦ୍ର ଭାବରେ ଭାରତର ଗର୍ବକୁ ଫେରାଇ ଆଣିବାର ସମ୍ଭାବନା ଅଛି । ଏନଇପିର ଗୋଟିଏ ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ (ଏବିସି) ନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ଯାହା ଛାତ୍ରମାନଙ୍କ ପାଇଁ ବହୁତ ସହାୟକ ହେବ । ଏହା ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଅର୍ଜିତ ଏକାଡେମିକ୍ କ୍ରେଡିଟ୍ ଗୁଡ଼ିକୁ ଡିଜିଟାଲ୍ ଭାବରେ ଗଚ୍ଛିତ କରିବ ଯାହା ଛାତ୍ରମାନଙ୍କ ଦ୍ୱାରା ପ୍ରାପ୍ତ କ୍ରେଡିଟ୍ କୁ ମନେ ରଖି ଡିଗ୍ରୀ ପ୍ରଦାନ କରିବ । ଇଈଉ ଛାତ୍ରମାନଙ୍କୁ ସେମାନଙ୍କର ବୃତ୍ତିଗତ, ଧନ୍ଦାମୂଳକ କିମ୍ବା ବୈଷୟିକ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ନେବାକୁ ଅନୁମତି ଦିଆଯିବ ।

Leave A Reply

Your email address will not be published.