ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ଏଚ ଡି ଦେବଗୌଡା

0 98

ନୂଆଦିଲ୍ଲୀ: ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସିକ୍ୟୁଲାର)ର ନେତା ଏଚଡି ଦେବଗୌଡା ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ସେ କର୍ଣ୍ଣାଟକରୁ ବିଜୟ ହାସଲ କରିଥିଲେ । ଜୁନ୍ ୧୯ରେ କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, କାରଣ ଏହି ଆସନଗୁଡ଼ିକର ସାଂସଦଙ୍କ କାର୍ଯ୍ୟକାଳ ଜୁନ ୨୫ରେ ଶେଷ ହେବାକୁ ଯାଉଥିଲା । ରାଜ୍ୟରେ ବାଚସ୍ପତିଙ୍କ ସମେତ ମୋଟ ୧୧୭ ସଦସ୍ୟ ଅଛନ୍ତି । ଯେଉଁଥିରେ ବିଜେପି ଦୁଇଟି ଆସନ ଜିତିଥିଲା ଏବଂ ଜନତା ଦଳ(ସିକ୍ୟୁଲାର)ର ନେତା ଏଚଡି ଦେବଗୌଡା ବିଜୟ ହାସଲ କରି ରାଜସଭାକୁ ନିର୍ବାଚିତ ହୋଇଥିଲେ । ଆଜି ସେ ଶପଥ ଗ୍ରହଣ କରିବା ପରେ ଚେୟାରମ୍ୟାନ୍ ଏମ ଭେଙ୍କୟା ନାଇଡୁ ତାଙ୍କୁ ଗୃହରେ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.