ଅରୁଣାଚଳରେ ଚୀନ ରଚୁଛି ନୂଆ ଷଡ଼ଯନ୍ତ୍ର

0 77

ନୂଆଦିଲ୍ଲୀ : ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ·ଲିଥିବା ତିକ୍ତତା ମଧ୍ୟରେ ଚୀନ୍ ପୁଣି ଥରେ ବିଶ୍ୱାସଘାତକତା ପ୍ରଦର୍ଶନ କରିଛି । ଗାଲୱାନ ଏବଂ ପାଙ୍ଗଙ୍ଗରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ତାଙ୍କ ସେନାକୁ ଭାରତ ବିରୋଧରେ ଆଉ ଏକ ମୋର୍ଚ୍ଚା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚୀନ୍ ଅରୁଣାଚଳ ପ୍ରଦେଶ ନିକଟ ଏଲ୍ଏସିର ୬ଟି ଅଞ୍ଚଳରେ ନିଜର ସୈନ୍ୟ ନିୟୋଜନ ବୃଦ୍ଧି କରିଛି । ଉପର ସୁବାନସିରିର ଆସପିଲା, ଲଙ୍ଗଜୁ, ବିସା ଏବଂ ମାଜା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଚୀନ୍ ମଧ୍ୟ ଅରୁଣାଚଳ ପ୍ରଦେଶର ବିସାରେ ଏଲ୍ଏସି ନିକଟରେ ଏକ ରାସ୍ତା ନିର୍ମାଣ କରିଛି । ଚୀନ୍ ସବୁ ପ୍ରକାର ରଣନୀତିକୁ ମାତ୍ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ଏବଂ ଅରୁଣାଚଳ ପ୍ରଦେଶ ଏଲ୍ଏସିର ୪ଟି ସମ୍ବେଦନଶୀଳ ଅଞ୍ଚଳରେ ସେନା ସତର୍କ ରହିଛି । ସୂଚନାଯୋଗ୍ୟ ଯେ ୧୯୬୨ ମସିହାରେ ଦୁଇ ଦେଶର ସେନା ମଧ୍ୟରେ ବିବାଦ ଘଟିଥିବା ଅଞ୍ଚଳରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମିର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଚୀନ୍ର ଏହି ନୂତନ ଷଡଯନ୍ତ୍ର ପୁଣି ଥରେ ପ୍ରମାଣ କରିଛି ଯେ ବେଜିଂର କଥା ଏବଂ କାର୍ଯ୍ୟ ସମାନ ନୁହେଁ । ଚୀନ୍ ଦ୍ୱାରା ଆକ୍ରମଣର କୌଣସି ପ୍ରୟାସକୁ ରୋକିବା ପାଇଁ ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ଉଲ୍ଲେଖଯୋଗ୍ୟ ଚାଇନା ସମଗ୍ର ଆସାପିଲା କ୍ଷେତ୍ର ଉପରେ ଦବ୍ଦବା ଜାହିର କରୁଛି ଯାହା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅଟେ । ଏହି କ୍ଷେତ୍ର ସମୁଦ୍ର ପତ୍ତନଠାରୁ ଶହ ଶହ ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ଏହା ଚୀନ୍ ସେନା ପାଇଁ ଶୀତ ଋତୁରେ ଏହି ସେକ୍ଟରର ଶିଖରରେ ରହିବା କଷ୍ଟସାଧ୍ୟ କରିଥାଏ ।

Leave A Reply

Your email address will not be published.