ବାଘର କଟାମୁଣ୍ଡ ସହ ଛାଲ ଜବତ

0 69


ନୂଆପଡା : ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆମାନାରା ସେକସନର ଟିପାଝର ଗାଁ ରେ ବନ ବିଭାଗ ଚଢଉ କରି ବାଘ ମୁଣ୍ଡ, ଛାଲ ଓ କଞ୍ଚା ବାର୍ହା ମାଂସ ସହ ବିପୁଳ ପରିମାଣରେ ମାରଣାସ୍ତ୍ର, ଫାସ ଜାଲ ଆଦି ଜବତ କରିଛି । ଏହି ପରିପ୍ରେକ୍ଷିରେ ୩ ଜଣଙ୍କୁ ଗିରଫ କରାଯାଇଛି ଓ ଏମାନେ ପେଶାଦାର ଶିକାରୀ ବୋଲି ଅନୁମାନ କରାଯାଉଛି ।
ଆଜି ନୂଆପଡା ବନ ବିଭାଗ ଟିପାଝର ଗାଁ ରେ ବନ୍ୟଜନ୍ତୁ ସାମଗ୍ରୀ ଥିବା ଖବର ପାଇ ଉକ୍ତ ଗ୍ରାମର ରାମଶିଲା ଶବରଙ୍କ ଘରେ ନୂଆପଡା ପୋଲିସ ବିଭାଗ ସହ ମିଶି ଅତର୍କିତ ଚଢଉ କରିଥିଲା ।

ଚଢଉରେ ଏକ ଚିତା ବାଘର ସଦ୍ୟ କଟା ମୁଣ୍ଡ ଗୋଟିଏ ଛାଲ ଓ ପ୍ରାୟ ୨୦ କେଜି କଞ୍ଚା ବାର୍ହା ମାଂସ ଜବତ କରିଥିଲା । ଏହା ସହ ଉକ୍ତ ଘରୁ ବିପୁଳ ପରିମାଣରେ ଧନୁ ତୀର, ଟାଙ୍ଗିଆ, ବର୍ଚ୍ଛା, ପକ୍ଷୀ ଧରା ଫାସ, ଜାଲ ଆଦି ଜବତ କରିଥିଲା । ଏଥି ସହ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ନିଜେ ରାମଶିଲା ଶବର(୪୫) ତାଙ୍କର ସାନ ପୁଅ ଶୋଭା ଶବର(୨୨) ଓ ଘନଶ୍ୟାମ ପହରିଆ (୨୦) । ରାମଶିଲାଙ୍କ ବଡ ପୁଅ ତରନ ଶବର ଫେରାର ହୋଇଯାଇଥିବାର ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବା ସହ ତଦନ୍ତ ଚାଲୁ ରହିଥିବା ନୂଆପଡା ବନ ବିଭାଗ ଡିଏଫଓ ବିବେକ କୁମାର ତ୍ୟାଗି ସୂଚନା ଦେଇଛନ୍ତି । ଏହା ପଛରେ କୈ÷ାଣସି ର୍ୟାକେଟ କାମ କରୁଥିବା ଏବଂ ରାଜ୍ୟ ତଥା ରାଜ୍ୟ ବାହାରକୁ ଜୀବଜନ୍ତୁ ଛାଲ ଓ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ ହେଉଥିବା କୁ ନେଇ ତଦନ୍ତ ଯୋରଶୋରରେ ତଦନ୍ତ ଚାଲୁଛି ଓ ଖୁବ ଶିଘ୍ର ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ତ୍ୟାଗି କହିଛନ୍ତି ।

Leave A Reply

Your email address will not be published.