ହୋମ୍‌ ଆସୋଲେସନରେ ଥିବା ବ୍ୟକ୍ତିଙ୍କୁ ୨ ଥର କରାଯିବ ଭିଡିଓ କଲିଂ

0 67

ଭୁବନେଶ୍ବର :  ରାଜଧାନୀରୁ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର। ​‌ସେପଟେ  ହୋମ୍  ଆଇସୋଲେସନରେ ରହୁଥିବା ଲୋକଙ୍କୁ  ଦୁଇ ପର୍ଯ୍ୟାୟରେ ଭିଡିଓ କଲିଙ୍ଗ ମାଧ୍ୟମରେ କରୋନା ଜନିତ ସ୍ବାସ୍ଥ୍ୟ ସମ୍ପର୍କିତ ଟିପ୍ସ ଦେଉଛନ୍ତି ବିଶେଷଜ୍ଞ ଡାକ୍ତର। ରାଜଧାନୀରେ ଆକ୍ରାନ୍ତ ମଧ୍ୟରୁ ୭୦ ପ୍ରତି​ଶତ ହୋମ୍ ଆଇସୋଲେସନରେ ରହୁଥିବା ବେଳେ ଭିଡିଓ କଲିଙ୍ଗ ମାଧ୍ୟମରେ କରୋନା ଆକ୍ରାନ୍ତକୁ ସୁସ୍ଥତା ଆଡକୁ ନେବାରେ ସହାୟକ ହେଉଛି । ଭିଡିଓ କଲିଙ୍ଗରେ  ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ। ରାଜଧାନୀ କରୋନା ମୁକାବିଲା ପାଇଁ ଆଉ ପାଦେ ଆଗେଇଲା ବିଏମସି ।ଭୁବନେଶ୍ବର ହୋମ ଆଇସୋଲେସନ ରହୁଥିବା ଲୋକଙ୍କୁ  ଭିଡିଓ କଲିଂଗ କରି   ଆକ୍ରାନ୍ତଙ୍କୁ  ସ୍ବାସ୍ଥ୍ୟ ବସ୍ଥା ବୁଝିବା ବ୍ୟବସ୍ଥା କଲା ବିଏମସି । ଏଥି ପାଇଁ  ବିଏମସି ତିନି  ଜୋନରେ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି। ପୁର୍ବରୁ  ଆକ୍ରାନ୍ତଙ୍କୁ  ଟେଲିଫୋନିକ କଣ୍ଟାକ୍ଟ କରାଯାଉଥିବା​ ବେଳେ ଏବେ  ଆପ୍‌ ମାଧ୍ୟମରେ  ଅନଲାଇନ ଭିଡିଓ  କଲିଙ୍ଗ କରି  କୋଭିଡ ଜନିତ ସ୍ବାସ୍ଥ୍ୟ ସେବା  ଯୋଗାଉଛି ବିଏମସି ।  ସ୍ବତନ୍ତ୍ର ଭାବେ ହ୍ବାଟସଆପ୍ ଗ୍ରୁପ କରାଯାଇଛି। ଅନଲାଇନ ଭିଡିଓ କଲିଙ୍ଗ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବା ନେଇ ସମ୍ମତି ପ୍ରକାଶ ପରେ ଭିଡିଓ କଲିଙ୍ଗ ଆପ୍ ମାଧ୍ୟମରେ ତାଙ୍କୁ ଆଡ଼ କରି ଏହି ଟିପ୍ସ ଦିଆଯାଉଛି। ଲକ୍ଷଣ ଦେଖା ଦେଲେ କଣ କରିବେ, କଣ କରିବେନି, କିଭଳି ଭାବେ ସୁରକ୍ଷିତ ଭାବେ ରହି ଚିକିତ୍ସିତ ହେବେ  ଏ ନେଇ  ତମାମ ପରାମର୍ଶ ଯୋଗାଇ ଦିଆଯାଉଛି। ଯାହାକି କରୋନା ମୁକାବିଲା କ୍ଷେତ୍ରରେ ଆଉ ପାଦେ ଆଗକୁ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର। ସେପଟେ ଅତି କମରେ ଦିନକୁ ଦୁଇ ଥର ଭିଡିଓ କଲିଙ୍ଗ ସେବା ଯୋଗାଇ ଦିଆଯାଉଛି । ଦିନ ୧୨ ଟାରୁ ଗୋଟାଏ ଓ  ଅପରାହ୍ନ ୪ ଟାରୁ ୫ ଦିନକୁ ଦୁଇ ଘଣ୍ଟା ଏହି ସେବା ଉପଲବ୍ଧ ହେଉଛି। କରୋନା ମୁକାବିଲା ପାଇଁ  ବିଏମସି ଅଞ୍ଚଳରେ ୫୪ଟି  ରାପିଡ ରେସପନ୍ସ ଟିମ୍ ଗଠନ କରାଯାଇ ୭୯ ଜଣ ଡାକ୍ତର ଦାୟିତ୍ବ ପ୍ରଦାନ କରାଯାଇଛି। ବର୍ତ୍ତମାନ ଭୁବନେଶ୍ବରରେ ତିନି ହଜାର ୩୧୩ ଜଣ  ସକ୍ରିୟ ରୋଗି ହୋମ୍‌ ଆଇସୋଲେସନର  ଅଛନ୍ତି।

Leave A Reply

Your email address will not be published.