୨୪ଘଣ୍ଟାରେ ୯୨,୬୦୫କରୋନା ଆକ୍ରାନ୍ତ ଚିହ୍ନଟ,୧୧୩୩ଜଣ ମୃତ

0 68

ନୂଆଦିଲ୍ଲୀ: ଦେଶରେ ଆଜି ୫୪ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ବଢ଼ୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଆକ୍ରାନ୍ତ ସହ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି । ୨୪ଘଣ୍ଟାରେ ୯୨,୬୦୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୬୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ୧୧୩୩ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪,୦୦,୬୧୯ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୧୦୮୨୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୬,୭୫୨ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୩,୦୩୦,୪୩ ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୧% ରହିଥିବା ବେଳେ ଆରୋଗ୍ୟ ହାର ୭୯.୨୮% ରହିଛିୟ ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ୱରେ ଆଗରେ ରହିଛି । ତା’ ପଛକୁ ରହିଛି ଆମେରିକାୟ ଆମେରିକାରେ ବର୍ତ୍ତମାନ ୬,୯୬୭,୪୦୩ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରୁ ୪,୨୨୩,୬୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୩,୦୮,୦୧୪ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୧୦୧୩୯୬୪ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୫,୬୧୯ ରହିଥିଲା । ଏହା ସହ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୨,୦୮୪,୩୧ ରେ ପହଞ୍ଚିଥିଲା । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୧% ରହିଥିବା ବେଳେ ଆରୋଗ୍ୟ ହାର ୭୯.୨୮% ରହିଥିଲା ।

Leave A Reply

Your email address will not be published.