ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ

0 70

ନୂଆଦିଲ୍ଲୀ: ଭାରତୀୟ କୂଟନୀତିଜ୍ଞ ଜୟନ୍ତ ଖୋବ୍ରାଗଡେଙ୍କୁ ପାକିସ୍ତାନ ଭିସା ଦେବାକୁ ମନା କରିଦେଇଛି ଏବଂ ଇସଲାମାବାଦରେ ଭାରତର କୂଟନୈତିକ ପ୍ରତିନିଧି ଭାବରେ ତାଙ୍କର ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି । ଏହା ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତିକ୍ତ କରିବ ବୋଲି ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ଜୁନ୍ ମାସରେ ଆନୁଷ୍ଠାନିକ ଭାବରେ ଇସଲାମାବାଦରେ କୂଟନେତିକ ପ୍ରତିନିଧି ପାଇଁ ଖୋବ୍ରାଗଡେଙ୍କ ନାମ ଦିଆଯାଇଥିଲା । ସେହି ମାସରେ ଭାରତ ପାକିସ୍ତାନରେ କାର୍ଯ୍ୟରତ କର୍ମ·ରୀଙ୍କ ସଂଖ୍ୟା ୫୦ପ୍ରତିଶତ ହ୍ରାସ କରିବ ବୋଲି ପାକିସ୍ତାନକୁ ସୂଚିତ କରିଥିଲା । ଏହା ଦ୍ୱିପାକ୍ଷିକ କୂଟନେତିକ ସମ୍ପର୍କକୁ ଆହୁରି ହ୍ରାସ କରିଥିଲା । କଶ୍ମୀର ପ୍ରସଙ୍ଗରେ ଇସଲାମାବାଦର ପ୍ର·ର ଯୁଦ୍ଧ ବିଫଳ ହେବା ପରେ ରାଗରେ ପାକିସ୍ତାନ ଖୋବ୍ରାଗଡେଙ୍କୁ ଭିସା ଦେବାକୁ ମନା କରିଦେଇଥିବା କହିଛନ୍ତି ଭାରତ ସରକାର । ଏହା ସହ ଖୋବ୍ରାଗଡେଙ୍କ ବୟସକୁ ନେଇ ମଧ୍ୟ ପାକିସ୍ତାନ ତାଙ୍କର ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି । ସେ ଏହି ଦାୟିତ୍ୱ ତୁଲାଇବା ପାଇଁ ଅଧିକ ବୟସ୍କ ଅଟନ୍ତି ବୋଲି ପାକିସ୍ତାନ ଭାବୁଥିବା କହିଛନ୍ତି ଭାରତ ସରକାର । ୧୯୯୫ବ୍ୟାଚ୍ ଜଣେ ଆଇଏଫ୍ଏସ ଅଧିକାରୀ ଖୋବ୍ରାଗଡେ ବର୍ତ୍ତମାନ ପରମାଣୁ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଅତୀତରେ ଋଷ, ସ୍ପେନ ଏବଂ କାଜାକସ୍ତାନରେ ଭାରତୀୟ ମିଶନ ସହିତ କନିଷ୍ଠ କ୍ଷମତାରେ କାର୍ଯ୍ୟ କରିଥିଲେ । ପରେ ର୍କିଗିଜ ରିପବ୍ଲିକରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ ସେ ।

Leave A Reply

Your email address will not be published.