ମାଳଦୀପକୁ ୨୫ କୋଟି ଡଲାରର ଆର୍ଥିକ ସହାୟତା ଦେଲା ଭାରତ

0 70

ଜଣେ ପ୍ରକୃତ ପଡ଼ୋଶୀର ଉଦାହରଣ ଦେଖାଇଛି ଭାରତ : ଇବ୍ରାହିମ୍ ସୋଲିହ

ନୂଆଦିଲ୍ଲୀ, ୨୧ ।୯ : ରବିବାର ଦିନ ମାଳଦୀପ ସରକାରଙ୍କୁ ଭାରତ ୨୫୦ ମିଲିୟନ ଡଲାର ଋଣ ଦେଇଛି । କରୋନା ମହାମାରୀ ଯୋଗୁଁ ଅନେକ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି ଏବଂ ମାଳଦୀପ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଏହି ଅର୍ଥନୈତିକ ସଙ୍କଟ ସମୟରେ ଭାରତ ମାଳଦ୍ୱୀପକୁ ଆର୍ଥିକ ସହାୟତା ଦେଇ ମାଳଦୀପର ବିଶ୍ୱାସଭାଜନ ହୋଇପାରିଛି । ମାଳଦୀପରେ ଚୀନ୍ର ନିବେଶ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏଠାରେ ପ୍ରାୟ ୭୦ ପ୍ରତିଶତ ବିଦେଶୀ ଋଣ ·ଇନାରୁ ଆସିଥାଏ । ମାଳଦୀପ ଭାରତ ମହାସାଗରରେ ଏକ ରଣନୈତିକ କ୍ଷେତ୍ରରେ ଅବସ୍ଥିତ । ତେଣୁ ମାଳଦୀପରେ ଚୀନ୍ର ପ୍ରାଧାନ୍ୟ ହ୍ରାସ କରିବା ଭାରତ ପାଇଁ ଅତି ଜରୁରୀ ହୋଇପଡ଼ିଛି । ଭାରତର ଏହି ଆର୍ଥିକ ସହାୟତାକୁ ନେଇ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ସୋଲିହ ଧନ୍ୟବାଦ ଜଣାଇବା ସହ ଟ୍ୱିଟ୍ କରି ଲେଖିଛନ୍ତି କି ଯେତେବେଳେ ବି ମାଳଦୀପକୁ କୌଣସି ଜଣେ ବନ୍ଧୁର ଆବଶ୍ୟକତା ଥାଏ ସେତେବେଳେ ଭାରତ ଆପଣାଛାଏଁ ସହାୟତାର ହାତ ବଢ଼ାଇଛି । ଭାରତର ଏତାଦୃଶ ସହାୟତାକୁ ନେଇ ମାଳଦୀପ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ୨୫ କୋଟି ଡଲାରର ଆର୍ଥିକ ସହାୟତାକୁ ନେଇ ସେ କହିଛନ୍ତି ଭାରତ ପ୍ରକୃତ ପଡ଼ୋଶୀ ହେବାର ଉଦାହରଣ ସୃଷ୍ଟି କରିଛି । ସେହିପରି ମାଳଦୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ୍ ବି ଭାରତର ଏହି ସହାୟତାକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି । ସାଧାରଣତଃ ମାଳଦୀପର ଅର୍ଥବ୍ୟବସ୍ଥା ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରିଥାଏ । କିନ୍ତୁ ବର୍ତ୍ତମାନ କରୋନା ଯୋଗୁଁ ଏଠାକୁ ପର୍ଯ୍ୟଟକ ଆସିବା ବନ୍ଦ କରିଦେଇଛନ୍ତି । ଫଳରେ ଦେଶର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି ।

Leave A Reply

Your email address will not be published.