ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଏଫଆଇଆର୍ ଦାୟର କରିବେ ପାୟଲ

0 88

ମୁମ୍ବାଇ, ୨୧ ।୯ : ସଂସଦ ଠାରୁ ଫିଲ୍ମର ଗଳିକନ୍ଦି ପର୍ଯ୍ୟନ୍ତ ଅନୁରାଗ କାଶ୍ୟପଙ୍କ ଚର୍ଚ୍ଚା ଜୋର୍ ଧରିଛି । ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଅଭିନେତ୍ରୀ ପାୟଲ ଘୋଷ ଯୌନ ଶୋଷଣ ଭଳି ସଂଗୀନ ଆରୋପ ଲଗାଇଛନ୍ତି । ପ୍ରାପ୍ତ ସୂଚନାରୁ ଜାଣିବାକୁ ମିଳିଛି କି ପାୟଲ ଘୋଷ ଆଜି ସନ୍ଧ୍ୟାସୁଦ୍ଧା ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିବେ । ସେ ମୁମ୍ବାଇର ଓଶିବାରା ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ଦାୟର କରିବେ । ସୋମବାର ମିଡିଆ ସହ ଆଲୋଚନା କରିବା ବେଳେ ପାୟଲ କହିଥିଲେ ମୋର ଭାବନା ମୋ ସହ ସର୍ବଦା ରହିଛି । ମୋ ସହ ସିଦ୍ଧି ବିନାୟକ ରହିଛନ୍ତି । ଯେତେବେଳେ ପାୟଲଙ୍କୁ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଡ୍ରଗ୍ସକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି ମୁଁ ତାଙ୍କୁ ସ୍ମୋକ୍ କରିବାର ଦେଖିଛି କିନ୍ତୁ ଜାଣିନାହିଁ ତାହା କ’ଣ ଥିଲା । ଅନ୍ୟପକ୍ଷରେ ଅନୁରାଗ କାଶ୍ୟପ ନିଜ ଉପରେ ଲଗାଯାଇଥିବା ଏ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି । ଅନୁରାଗ କାଶ୍ୟପଙ୍କ ସମର୍ଥନରେ ବଲିୁଉଡ୍ରେ ବହୁ ହିରୋଇନ୍ ଓ ଫିଲ୍ମନିର୍ମାତା ବାହାରିଥିବାବେଳେ କଙ୍ଗନା ରଣାୱତ କିନ୍ତୁ ଅନୁରାଗଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.