ଗଜପତି-ଗଞ୍ଜାମ ଅବକାରୀ ସ୍କ୍ୱାଡର ମିଳିତ ଚଢାଉ

0 82

୫୭୮୦ ଲିଟର ଦେଶୀମଦ ଜବତ, ୬ମହିଳାଙ୍କ ସମେତ ୧୦ ଗିରଫ


ପାରଳାଖେମୁଣ୍ଡି : ଗଜପତି ଓ ଗଞ୍ଜାମ ଅବକାରୀ ସ୍କ୍ୱାଡର ମିଳିତ ଚଢାଉ କରାଯାଇ ୫୭୮୦ ଲିଟର ଦେଶୀମଦ ସହ ୧୩ହଜାର ୩୫୦ ଲିଟର ପୋଚ ଜବତ କରାଯାଇଛି । ଏହି ଚୋରା କାରବାରରେ ସଂପୃକ୍ତ ୬ଜଣ ମହିଳାଙ୍କ ସମେତ ୧୦ଜଣଙ୍କୁ ଗୁରଫ କରାଯିବା ସହ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ରବିବାର ସକାଳ ୫ଟା ସମୟରେ ଗଜପତି ଓ ଗଞ୍ଜାମ ଅବକାରୀ ବିଭାଗ ମିଳିତ ଭାବେ ବଡଗଡ ଥାନା ଅନ୍ତର୍ଗତ ଗୌଡଗୋଠ ଗ୍ରାମ ନିକଟ ବିଭିନ୍ନ ସ୍ଥାନରେ ଦେଶୀ ରନ୍ଧାମଦ ପ୍ରସ୍ତୁତି ସ୍ଥାନରେ ଚଢାଉ କରିଥିଲେ । ଗୌଡଗୋଠ ଗ୍ରାମରୁ ଗଞ୍ଜାମର ବିଭିନ୍ନ ସ୍ଥାନ ଏବଂ ମୋହନା ବ୍ଲକର ବିଭିନ୍ନ ସ୍ଥାନକୁ ଦେଶୀମଦ ଚୋରାରେ ଚାଲାଣ ହେଉଥିଲା । ଏହି ଖବର ଗଜପତି ଓ ଗଞ୍ଜାମ ପ୍ରଶାସନ ନିକଟରେ ପହଞ୍ଚିବା ପରେ ଉଭୟ ଜିଲ୍ଲାର ଅବକାରୀ ବିଭାଗ ପୋଲିସ ବାହିନୀ ସହାୟତାରେ ମିଳ୍ିତ ଚଢାଉ କରିଥିଲେ । ଚଢାଉ ସମୟରେ ମଦ ପ୍ରସ୍ତୁତିରେ ସହେଯାଗ କରୁଥିବା ୬ଜଣ ମହିଳା ଓ ୪ଜଣ ପୁରୁଷଙ୍କୁ ସେଠାରୁ ଗିରଫ କରାଯାଇଥିଲା । ସେହିପରି ୫୭୮୦ ଲିଟର ରନ୍ଧାମଦ ଓ ୧୩,୩୫୦ ଲିଟର ପୋଚ ଜବତ କରାଯାଇଛି । ସେହିପରି ରନ୍ଧାବେଳେ ବ୍ୟବହାର ହେଉଥିବା ମହୁଲ,ପିଡିଆ,ରସ ହାଣ୍ଡି ଆଦି ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଅବକାରୀ ଡେପୁଟି ସୁପରିଣ୍ଡେଣ୍ଟ ଏହି ଚଢାଉର ନେତୃତ୍ୱ ନେଇଥିଲେ । ଏହି ସମୟରେ ସୋରଡା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର,ଅବକାରୀ ଏସଆଇ ବୃନ୍ଦାବନ ମଣ୍ଡଳ,ମୋହନା ପୋଲିସ ଏବଂ ଅବକାରୀ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.