ଭିୱାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା, ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି

0 71

ମୁମ୍ବାଇ: ସୋମବାର ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା । ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଦ୍ୱାରା ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭଙ୍ଗା କୋଠାର ଭଗ୍ନସ୍ତୁପ ତଳୁ ୧୦ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳ ବାହାର କରିଛନ୍ତି । ସେପରି ଭଗ୍ନସ୍ତୁପ ତଳୁ ୨୦ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଏବେ ବି ଅନେକ ଲୋକ ଭଗ୍ନସ୍ତୁପ ତଳେ ଫସି ରହିଥିବା ଜଣା ପଡ଼ିଛି । ଘଟଣା ବିଷୟରେ ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଟୁଇଟ କରି, ମହାରାଷ୍ଟ୍ରର ଭିୱାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା ବିଷୟରେ ଜାଣି ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ଉଦ୍ଧାର କାର୍ଯ୍ୟ ·ଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Leave A Reply

Your email address will not be published.