କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

0 78

କଟକ : ଜଗତପୁର ସ୍ଥିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ସିଟାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ​‌ରେ ନିୟୋଜିତ ଅଛନ୍ତି । ହସ୍ପିଟାଲରେ ଥିବା କରୋନା ସଂକ୍ରମିତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ହସ୍ପିଟାଲରେ ଥିବା କରୋନା ସଂକ୍ରମିତଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ । ମାତ୍ର ହସ୍ପିଟାଲର ୪/୫ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଁଞ୍ଚି ଘଟଣା ସଂପର୍କରେ ତନାଘନା କରୁଛନ୍ତି । ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ଆମ୍ବୁଲାନ୍ସ ମୁତୟନ ହୋଇଛି । ଆଇସିୟୁରେ ନିଆଁ ଲାଗିଥିବା ହେତୁ ପରିସ୍ଥିତି ସଙ୍ଗୀନ ହୋଇଥିବା କୁହାଯାଉଛି । ତେବେ ନିଆଁ ନିୟନ୍ତ୍ରଣାଧୀନ ରହିଥିବା କୁହାଯାଉଛି । କେଉଁ କାରଣରୁ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ସିଏମସି କମିସନର ଏବଂ ଡିସିପି ପ୍ରମୁଖ ପହଞ୍ଚି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିବା ଜଣାଯାଇଛି। ଏଥିଲାଗି କଟକରୁ ୧୨ଟି ଆମ୍ବୁଲାନ୍ସ ଅଣାଯାଉଥିବାର ସୂଚନା ମିଳିଛି । ଗୁରୁତର ରୋଗୀମାନଙ୍କୁ କଟକର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତରି କରାଯାଉଥିବାର ସୂଚନା ମିଳିଛି ।

Leave A Reply

Your email address will not be published.