ବିଶ୍ୱରେ ୯ ଲକ୍ଷରୁ ଅଧିକ ଜୀବନ ନେଲାଣି କରୋନା

0 71

ନୂଆଦିଲ୍ଲୀ : ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସାରା ବିଶ୍ୱରେ ଏବେସୁଦ୍ଧା କରୋନାରେ ୯ ଲକ୍ଷ ୬୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ତେବେ ବିଶେଷଜ୍ଞଙ୍କ ଦାବି ମହାମାରୀ ଏତେ ଶୀଘ୍ର ଯିବନାହିଁ । ଏହା ଏତେ ଭୟଙ୍କର ହେବ ଯାହାର ଏବେଠୁ ଅନୁମାନ କରାଯାଇନପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏଥିରୁ କରୋନା ସଂକ୍ରମଣ ଆହୁରି ଭୟଙ୍କର ହେବ ବୋଲି କୁହାଯାଇପାରେ । “ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ ଅନୁସାରେ, ମହାମାରୀ ଏବେ ତାର ବିପଜ୍ଜନକ ସ୍ଥିତିରେ ପହଞ୍ଚି ସାରିଛି । ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଆମେରିକା ପ୍ରଥମ ସ୍ଥାନରେ ରହିଛି । ଆମେରିକାରେ ଅନ୍ୟୁନ ୭୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଟେକ୍ସାସ ୟୁନିଭର୍ସିଟିର ହେଲଥ୍ ସାଇନ୍ସ ବିଭାଗର ରୋଗ ବିଶେଷଜ୍ଞ କ୍ୟାଥରିନ୍ ଟରେଇସୋ କହିଛନ୍ତି ଯେ, ଭବିଷ୍ୟତରେ କଣହେବ ତାହା କହିବା ଅସମ୍ଭବ । ଏହି ଭାଇରସ ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେବ । ଜୁଲାଇରେ ଆମେରିକାରେ ନୂଆ କେସ୍ ସାମାନ୍ୟ କମିଥିଲା । କିନ୍ତୁ ଏହା ପୁଣି ବୃଦ୍ଧି ପାଇଛି । ଏବେ ଆମେରିକାରେ ଦୈନିକ ୮୦୦ ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ଏହି ସଂଖ୍ୟା ୧୧୦୦ ରହିଛି । ଶୀତ ଦିନେ କରୋନା ପ୍ରକୋପ ଆହୁରି ବଢିପାରେ । ବିଶ୍ୱର ୭୩ଟି ଦେଶରେ ଏବେ ଲଗାତର କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ୟୁରୋପରେ ଏହା ଅଧିକ ରହିଛି । ମାର୍ଚ୍ଚରେ କରୋନାର ପ୍ରକୋପ ୟୁରୋପରେ ଯେପରି ଥିଲା ଏବେ ପୁଣି ସେହି ସ୍ଥିତିକୁ ଫେରିଯାଇଛି । ସେହିପରି ଇସ୍ରାଏଲରେ ମାମଲା ବଢିବାରୁ ନ୍ୟାସନାଲ୍ ଲକଡାଉନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.