ଟେନସନ୍ ହ୍ରାସ କରିବା ପାଇଁ ତୁରନ୍ତ ଚୀନ୍ ସେନା ବିଦାଦୀୟ ସ୍ଥାନରୁ ହଟିବା ଉଚିତ୍ : ଭାରତ

0 75

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଦୁଇ ଦେଶର ସେନା ଅଧିକାରୀଙ୍କ ଉପସ୍ଥିତିରେ ଗତକାଲି କମାଣ୍ଡରସ୍ତରୀୟ ବୈଠକ ବସିଥିଲା । ଏହି ବୈଠକ ପ୍ରାୟ ୧୨ଘଣ୍ଟାରୁ ଅଧିକ ସମୟ ଧରି ·ଲିଥିଲା । ଏହି ବୈଠକରେ ଭାରତ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଚୀନ୍ ତୁରନ୍ତ ସମସ୍ତ ବିବାଦୀୟ ସ୍ଥାନରୁ ସେନ୍ୟ ପ୍ରତ୍ୟାହର କରୁ ବୋଲି ଭାରତ ପକ୍ଷରୁ ଦାବି କରାଯାଇଥିଲା । ଏଥିସହ ଚୀନ୍ ସେନା ପ୍ରତ୍ୟାହାର କରିବା ଆଗ ଆରମ୍ଭ କରିବା ଉଚିତ । କାରଣ ଏହି ବିବାଦକୁ ଚୀନ ହିଁ ବଢ଼ାଇଛି । ଭାରତର ଦାବିଗୁଡ଼ିକ ମଧ୍ୟରେ ଲଦାଖ ସୀମାରେ ଥିବା ସମସ୍ତ ବିବାଦୀୟ ସ୍ଥାନରୁ ଚୀନ୍ ସେନା ପଛକୁ ହଟିବା, ବାସ୍ତବ ନିୟନ୍ତ୍ରଣ ଲାଇନ୍ରୁ ଉଭୟ ପାଶ୍ୱର୍ରୁ ସେନାକୁ ପ୍ରତ୍ୟାହାର କରିବା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବା ଉଚିତ୍ । ସେହିପରି ଚୀନ୍ ପ୍ରଥମେ ନିୟମ ଭାଙ୍ଗିଥିଲା, ଏପରି ପରିସ୍ଥିତିରେ ଚୀନ୍ ଆଗ ସେନ୍ୟ ପ୍ରତ୍ୟାହାର କରିବା ଉଚିତ୍ ଏବଂ ତା’ପରେ ଭାରତ ଏହାକୁ ଅନୁସରଣ କରିବ । ଚୀନ୍ର ସୈନ୍ୟବାହିନୀ ତୁରନ୍ତ ପାଙ୍ଗୋଙ୍ଗ ସୋ ଫିଙ୍ଗର ଅଞ୍ଚଳରୁ ପଛକୁ ହଟିବା ଉଚିତ । ଭାରତ ହଟସ୍ପ୍ରିଙ୍ଗ, ଡେପସଙ୍ଗ ପ୍ରସଙ୍ଗ ମଧ୍ୟ ଉଠାଇଥିବା ଜଣା ପଡ଼ିଛି । ଏହି ବୈଠକ ସୋମବାର ସକାଳ ପ୍ରାୟ ୯ଟାରୁ ଆରମ୍ଭ ହୋଇଥିଲା, ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ·ଲିଥିଲା ।

Leave A Reply

Your email address will not be published.