ଦିଲ୍ଲୀ ହିଂସା ଘଟଣା ପୂର୍ବରୁ ଚାନ୍ଦବାଗଠାରେ ଫେବୃୟାରୀ ୧୬ରେ ହୋଇଥିଲା ଗୁପ୍ତ ବୈଠକ

0 71

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ କୋର୍ଟରେ ·ର୍ଜସିଟ ଦାଖଲ କରିଛି । ଏଥିରେ କୁହାଯାଇଛି ଯେ, ହିଂସାକାଣ୍ଡ ପୂର୍ବରୁ ଗୁପ୍ତ ବୈଠକ ବସିଥିଲା । ଏଥିପାଇଁ ବିସ୍ତୃତ ଯୋଜନା ହୋଇଥିଲା । ହିଂସାକାଣ୍ଡ ଲାଗି ଲୋକଙ୍କୁ ଏକାଠି କରିବା, ସେମାନେ ରହିବା ଓ ଖାଇବା ବ୍ୟବସ୍ଥା ଏବଂ ଅନ୍ୟଉପରେ ଦୋଷ ଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା । ଦିଲ୍ଲୀର ·ନ୍ଦବାଗ ଅଂଚଳରେ ଗତ ଫେବୃୟାରୀ ୧୬-୧୭ ରାତିରେ ଏହି ଗୁପ୍ତ ବୈଠକ ହୋଇଥିଲା । ଏହି ବୈଠକରେ ଷଡ଼ଯନ୍ତ୍ରକାରୀ ନିଷ୍ପତ୍ତି ନେଇଥିଲେ ଯେ, ପ୍ରଦର୍ଶନ ପୂରା ଦିଲ୍ଲୀରେ ଆୟୋଜନ କରିବେ । ଉତ୍ତର ପୂର୍ବ, ଶାହଦରା ଦକ୍ଷିଣ ଜିଲ୍ଲା, ·ନ୍ଦ ବାଗ, ଜଫରାବାଦ ଅଂଚଳକୁ ପ୍ରଦର୍ଶନର ହଟସ୍ପର୍ଟ ଭାବେ ଚିହ୍ନଟ କରାଯାଇଥିଲା । ଫେବୃୟାରୀ ୨୨ ତାରିଖ ରାତି ୮ଟା ୩୦ରେ ଜାହ୍ନବୀ ମିତ୍ତଲ ତରବେଜଙ୍କ ପତ୍ନୀ କୁସୁମ ତରବେଜଙ୍କୁ ଫୋନ କରିଥିଲେ । ଏହାପରେ ରାହୁଲ ରାୟଙ୍କୁ ୩ ଥର ଫୋନ କରିଥିଲେ । ସେହି ସମୟରେ ରାହୁଲ ଗୁରୁଗ୍ରାମ ଆପାର୍ଟମେଣ୍ଟରେ ଥିଲେ । ଉଭୟଙ୍କ ମଧ୍ୟରେ ୨୦ ମିନିଟ କଥା ହେବା ପରେ ହିଂସା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ୨୩ ତାରିଖ ୮ଟା ୪୧ ମିନିଟରେ ତରବେଜ ଜାହ୍ନବୀ ମିତ୍ତଲଙ୍କୁ କଲ କରିଥିଲେ ଏବଂ ତାଙ୍କ ପାଖରେ ଥିବା ମାନବ କ୍ଷମତାର ତାଲିକା ଦେଇଥିଲେ । ଜାହ୍ନବୀ ତରବେଜଙ୍କୁ କହିଥିଲେ ଶାହୀନ ବାଗ ପ୍ରଦର୍ଶନ ସ୍ଥଳକରାଯିବ । ଏହା ପରେ ତରବେଜ ଜାହାଙ୍ଗୀରପୁରୀ ଠାରୁ ୩୦୦ ମହିଳା ପ୍ରଦର୍ଶନକାରୀଙ୍କୁ ନେଇ ଶାହୀନବାଗ ଯାଇଥିଲେ । ସୂଚନାଯୋଗ୍ୟ ଦିଲ୍ଲୀ ହିଂସା ଘଟଣାରେ ୫୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.