ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

0 70

ଶ୍ରୀନଗର : ଜମ୍ମୁ କଶ୍ମୀରର ବଡ଼ଗାମ ଜିଲ୍ଲାରେ ଥିବା ଚରାର-ଆଇ-ଶରିଫ ଅଂଚଳରେ ଆଜି ଭୋର ସକାଳୁ ସୁରକ୍ଷାବାହିନୀର ଯବାନ ଓ ଆତଙ୍କାବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କାବଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ ବଡ଼ଗାମ ଜିଲ୍ଳାର ଚରାର-ଆଇ-ଶରିଫ ଅଂଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସେନାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି କ୍ରମରେ ସେନାର ଯବାନ ଓ ଜମ୍ମୁ କଶ୍ମୀର ପୋଲିସ ମିଳିତ ଭାବେ ଚାଉ କରି ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରିଥିଲେ । କିନ୍ତୁ ସେନାର ଏହି କାର୍ଯ୍ୟାନୁଷ୍ଠାନ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇଯାଇଥିଲେ । ସେମାନେ ପ୍ରଥମେ ଗୁଳି କରିଥିଲେ । କିନ୍ତୁ ସେନାର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ନିହତ ଆତଙ୍କବାଦୀର ପରିଚୟ ମିଳିନାହିଁ ।

Leave A Reply

Your email address will not be published.