ଏ ପର୍ଯ୍ୟନ୍ତ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୧୭.୮୨ କୋଟି ଟଙ୍କା

0 74

ନୂଆଦିଲ୍ଲୀ : କରୋନା ସଙ୍କଟ କାଳରେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟସଭାରେ ହଙ୍ଗାମା ·ଲିଥିଲେ ମଧ୍ୟ ଲିଖିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜାରି ରହିଛି । ଏହା ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ସଂସଦରେ ସୂଚନା ଦେଇଛନ୍ତି ଯେ, ୨୦୧୫ରୁ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୮ ଦେଶ ଯାତ୍ରା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଉତ୍ତର ଜଣେ ସାଂସଦଙ୍କ ପ୍ରଶ୍ନ ଉପରେ ଦିଆଯାଇଛି । ଏଥିରେ କୁହାଯାଇଛି ୨୦୧୫ରୁ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତରେ ମୋଟ୍ ୫୧୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଧାନମନ୍ତ୍ରୀ ଏହିସବୁ ଯାତ୍ରା ସମୟରେ ଭାରତ ଅନେକ ଦେଶ ସହିତ ବଡ ବଡ ଚୁକ୍ତିନାମା କରିଛି । ଏଥିରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ସମେତ ଅନ୍ୟ ବଡ କ୍ଷେତ୍ରକୁ ନେଇ ଏମଓୟୁ ହୋଇଛି । ଏହା ସହିତ ଆର୍ଥିକ ବିକାଶର ଏଜେଣ୍ଡା ଉପରେ ରାଷ୍ଟ୍ରୀୟ ମିଶନର ବିସ୍ତାର ହୋଇଛି । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ପରଠୁ କୌଣସି ବିଦେଶ ଗସ୍ତରେ ଯାଇ ନାହାନ୍ତି । ଫେବୃଆରୀରେ ଆମେରିକା ରାଷ୍ଟ୍ରପତି-ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପରେ କୌଣସି ବଡ ନେତାଙ୍କ ମଧ୍ୟ ଭାରତ ଗସ୍ତ ହୋଇ ନାହିଁ । କରୋନା ସମୟରେ ପ୍ରଧାନମନ୍ତ୍ରୀ ବିଦେଶୀ ନେତାଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗାଯୋଗରେ ଅଛନ୍ତି । ଏହା ସହିତ ଅନେକ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଜାତିସଂଘରେ ସମ୍ବୋଧନ ଦେବାର ଅଛି । ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ।

Leave A Reply

Your email address will not be published.