ଦେଶ-ଦେଶ ମଧ୍ୟରେ ମତଭେଦ ହେବା ସାଧାରଣ କଥା : ଜିନପିଙ୍ଗ୍

0 70

ନୂଆଦିଲ୍ଲୀ : ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହି କ୍ରମରେ ଏବେ ସୀମା ବିବାଦକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଦେଶ ଭିତରେ ମତଭେଦ ତଥା ମତାନ୍ତର ହେବା ସାଧାରଣ କଥା । ଏହା କିଛି ନୂଆ କଥା ନୁହେଁ । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମତଭେଦକୁ କଥାବାର୍ତ୍ତା ଓ ପରାମର୍ଶ ମାଧ୍ୟମରେ ସମାଧାନ କରିବା । ମିଳିତ ଜାତିସଂଘର ସାଧାରଣ ସଭାରେ ଜିନିପିଙ୍ଗ ଏଭଳି କିଛି କହିଛନ୍ତି । ଏହାବାଦ୍ ସେ କହିଛନ୍ତି ଯେ ଭାଇରସ ପରାଜିତ ହୋଇଯିବ । ଭାଇରସ ନାଁରେ କୌଣସି ଦେଶକୁ କଳଙ୍କିତ କରିବାର ପ୍ରୟାସକୁ ଅସ୍ୱୀକାର କରିବା ଦରକାର । ଭାରତ-ଚୀନ ସୀମା ବିବାଦ ଉପରେ ଜିନିପିଙ୍ଗ କହିଛନ୍ତି ଦୁଇ ଦେଶର ମତଭେଦ ଅତି ସାଧାରଣ ହେଲେ ହେଁ ପରାମର୍ଶ ତଥା ଆଲୋଚନା ମାଧ୍ୟମରେ ଏହାକୁ ଦୂର କରିବା ପାଇଁ ପ୍ରଚେଷ୍ଟା ଜାରି ରଖାଯାଉ । ସେ ଆହୁରି କହିଛନ୍ତି ଚୀନ ଦୁନିଆର ସବୁଠୁ ବଡ଼ ଓ ଶାନ୍ତିପ୍ରିୟ ଦେଶ ।କେବେ ବି ନିଜର ବିସ୍ତାର କିମ୍ବା ପ୍ରଭାବ ଦ୍ୱାରା କୌଣସି ଦେଶ ସହ ଯୁଦ୍ଧ କରିବା ଯୋଜନା କରେ ନାହିଁ । କଥାବାର୍ତ୍ତା ତଥା ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବାର ପ୍ରଚେଷ୍ଟା ଜାରି ରହିବ ବୋଲି ଜିନପିଙ୍ଗଙ୍କ ମତ ।

Leave A Reply

Your email address will not be published.