ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, ଅଭିନେତା ଆୟୁଷ୍ମାନ

0 65

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ ‘ଟାଇମ୍ସ’ ପତ୍ରିକାରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନ ପାଇଛନ୍ତି । ମୋଦୀଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାମିଲ କରାଯାଇଛି । ଏହି ସୂଚୀରେ ଭାରତୀୟଙ୍କ ଭିତରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ଗୁଗୁଲର ସିଇଓ ସୁନ୍ଦର ପି·ଇ, ଏଚଆଇଭି ଉପରେ ରିସର୍ଚ୍ଚ କରୁଥିବା ରବିନ୍ଦ୍ର ଗୁପ୍ତା ଓ ଶାହୀନ ବାଗ୍ ଧାରଣାରେ ସାମିଲ ବିଲକିସଙ୍କ ନାଁ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାବଦରେ ଲେଖାଯାଇଛି ଯେ, ଲୋକତନ୍ତ୍ର ପାଇଁ ସବୁଠାରୁ ଜରୁରୀ ସ୍ୱତନ୍ତ୍ର ନିର୍ବାଚନ ନୁହେଁ । ଏଥରୁ କେବଳ ଏହା ଜଣାପଡିଥାଏ ଯେ, କାହାକୁ ଅଧିକ ଭୋଟ୍ ମିଳିଛି । ଭାରତ ୭ ଦଶକରୁ ଅଧିକ ସମୟ ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ଦେଶ ରହିଛି । ଭାରତର ୧୩୦ କୋଟି ଜନସଂଖ୍ୟାରେ ହିନ୍ଦୁ, ମୁସଲମାନ, ଶିଖ୍, ଇସାଇ, ବୌଦ୍ଧ, ଜୈନ ସହିତ ଅନ୍ୟ ଧର୍ମର ଲୋକ ରହିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ, ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍, କମଳା ହାରିସ୍, ଜୋ ବାଇଡନ୍, ଜର୍ମାନ ·ନସଲର ଆଞ୍ଜେଲା ମର୍କଲଙ୍କ ସହିତ ବିଶ୍ୱର ବହୁ ନେତାଙ୍କର ନାମ ରହିଛି । ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନ ଏହି ପତ୍ରିକାରେ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଭିତରେ ସ୍ଥାନ ପାଇଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକମାନେ ଖୁବ୍ ଅଭିନନ୍ଦନ ଦେବା ଆରମ୍ଭ କରିଛନ୍ତି । ଆୟୁଷ୍ମାନ ଖୁରାନା ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ଯେତେବେଳେ ସେୟାରେ କରିଥିଲେ ତାଙ୍କ ପୋଷ୍ଟ ଉପରେ ମାତ୍ର ୨ ଘଣ୍ଟାରେ ଲକ୍ଷାଧିକ ଲାଇକ୍ ମିଳିବା ସହ ଶୁଭେଚ୍ଛା ମିଳିଛି । ଉଲ୍ଲେଖଯୋଗ୍ୟ, ଆୟୁଷ୍ମାନ ଖୁରାନାଙ୍କୁ ବଲିଉଡର ସବୁଠାରୁ ପ୍ରତିଭାବାନ୍ ଅଭିନେତା ବୋଲି କୁହାଯାଏ । ୨୦୧୨ରେ ସେ ଭିକି ଡୋନର ଫିଲ୍ମ ଯୋଗେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଲଗାତାର ଭାବରେ ହିଟ୍ ଫିଲ୍ମ ଦେବାରେ ଲାଗିଛି । ୨୦୧୯ରେ ଆସିଥିବା ୩ଟି ଫିଲ୍ମ ଆର୍ଟିକିଲ ୧୫, ଡ୍ରିମ ଗର୍ଲ ଓ ବାଲା ଫିଲ୍ମକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଲଗାତାର ହିଟ୍ ଫିଲ୍ମ କାରଣରୁ ଆୟୁଷ୍ମାନଙ୍କୁ ‘ନ୍ୟାସନାଲ ଆୱାର୍ଡ’ ମଧ୍ୟ ମିଳିଥିଲା ।

Leave A Reply

Your email address will not be published.