ଆସନ୍ତାକାଲି ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣି

0 87

ମୁମ୍ବାଇ: ଡ୍ରଗ୍ସ କାରବାରରେ ଅଭିନେତ୍ରୀ ରିୟା ଚକ୍ରବତ୍ତୀଙ୍କର ସଂପୃକ୍ତି ଥିବା ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ଖାରଜ ହେବାପରେ ତାଙ୍କୁ ୧୪ ଦିନ ପାଇଁ ବି·ର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଗତକାଲି ଏହି ମିଆଦ ଶେଷ ହେବାପରେ ପୁଣି ଅକ୍ଟୋବର ୬ ତାରିଖ ଯାଏଁ ତାଙ୍କର ବି·ର ବିଭାଗୀୟ ମିଆଦ ବୃଦ୍ଧି କରାଯାଇଥିଲା । ଏହା ସହ ରିୟା ଏବଂ ତାଙ୍କ ଭାଇ ସୋଭିକ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ବୁଧବାର ଆବେଦନ ଉପରେ ଶୁଣାଣି ହେବାକୁ ଥିବା ବେଳେ ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବମ୍ବେ ହାଇକୋର୍ଟ ପକ୍ଷରୁ ଶୁଣାଣି ତାରିଖ ଘୁଞ୍ଚାଇ ଦିଆଯାଇଥିବା ଜଣା ପଡ଼ିଛି । ଏ ନେଇ ରିୟାଙ୍କ ଓକିଲ ସିତିଶ ମାନସିନ୍ଦେ ସୂଚନା ଦେଇଛନ୍ତି । ବଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍ ମିଳିବ ନାଁ ହେବ ଜେଲ, ତାହା ଆସନ୍ତାକାଲି ସ୍ପଷ୍ଟ ହେବ ।

Leave A Reply

Your email address will not be published.