ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମ ଗାର

0 71

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ ବିଶ୍ରାମ ଗାର ଅବ୍ୟବସ୍ଥା ହୋଇ ପଡିରହିଥିବା ଦେଖିବାକୁ ମିଳିଛି । ଉକ୍ତ ଯାତ୍ରୀ ବିଶ୍ରାମ ଗାର ୧୯୯୬ ମସିହା ନିର୍ମାଣ କରାଯାଇଥିଲା । ଆଜିକୁ ପ୍ରାୟ ୨୪ ବର୍ଷ ହେବ ଏହାର ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଛାତରୁ ସିମେଣ୍ଟ ଅତଡ଼ା ଖସି ବର୍ଷା ଦିନେ ପାଣି ଗଲୁଛି । ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଗାଁ ଛକ ଯାଗାରେ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଇଛି । ତେବେ କେତେକ ସ୍ଥାନରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଗୃହ ଗୁଡ଼ିକ ବାଙ୍ଗିରୁଜୀ ଗଲାଣି ଛାତରୁ ସିମେଣ୍ଟ ଅତଡା ଖସି ରୋଡ ଦେଖା ଆଉଥିବାରୁ ଯାତ୍ରୀ ମାନେ ଏହାକୁ ଦେଖି ଛାତ ଖସି ୟିବାଭୟରେ ଭିତରକୁ ପ୍ରଶେ କରୁନାହାନ୍ତି । ଫଳରେ ଯାତ୍ରୀ ଏଠାରେ ବସିବା ତୋ ଦୁରରକଥା ଭିତକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । କାରଣ ପଶୁମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଯାତ୍ରୀମାନେ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ରହି ବସ ଅପେକ୍ଷା କରିଥାନ୍ତି । ଉକ୍ତ କୁମ୍ବାର ଗୁଡା,ଠାରୁ କଲ୍ୟାଣ ସିଂହାପୁର, କୁମ୍ବାର ଗୁଡ଼ା ଠାରୁ ଭୟା ମାଝୀଗୁଡା, ଥେରୁବାଲି ଦେଇ ରାୟଗଡା ଛକ ସ୍ଥାନ ଦେଇ ବିଭିନ୍ନ ଯାତ୍ରୀ ବାହି ବସ ଚଳାଚଳ କରୁଛି । ତେଣୁ ବିଭିନ୍ନ ସ୍ଥାନକୁ ଯିବାପାଇଁ ଯାତ୍ରୀ ମାନେ ଏଠାରେ ଗୋଡ଼ ଭାଙ୍ଗି ଅପେକ୍ଷା କରିଥାନ୍ତି । ଏହି ସମସ୍ୟା ଦେଖି ଗ୍ରାମ ବାସୀ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକାଙ୍କୁ ଜଣାଇଥିଲେ । ଉକ୍ତ ସମସ୍ୟା ବୁଝିବା ପରେ ଶ୍ରୀ ସାରାକା ବିଧାୟକ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିବା ଗ୍ରାମ ବାସୀ କହିଛନ୍ତି । କିନ୍ତୁ ଟଙ୍କା ରେ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଇନାହିଁ । ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବିଶ୍ରାମଗାରକୁ ମରାମତି ନ କରି ପୁନର୍ବାର ନୂତନ କୋଠା ନିର୍ମାଣ କରି ଯାତ୍ରୀଙ୍କ ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମର ବିକ୍ରମ ହିଆଲ, ବୁର୍ଷା ହିକକା, ଗାଙ୍ଗାନା ହିକକା, ଅଣ୍ଟାର ସିଂ ମୂରଲୀ, ମତିରାମ କନ୍ଦପାଣି, ସୁନ୍ଦର କୌଶଲ୍ୟା ଓ ଦାନୁ କାଡ୍ରାକା ସାଧାରଣ ରେ ଦାବୀ କରିଛନ୍ତି । ଏହି ବିଷୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁବ କୁମାର ପଣ୍ଡାଙ୍କୁ ପ·ରିବାରୁ ପଞ୍ଚାୟତ ସ୍ତରରେ ଏକ୍ସନ ପ୍ଲାନ ରଖାଯାଇଛି ତାହା ନିର୍ମାଣ କରାଯିବ ଆଉ ବିଧାୟକ ପାଣ୍ଠି କଥା ପ·ରିବାରୁ ବ୍ଳକରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.